ନୂଆଦିଲ୍ଲୀ,୧୮।୩: କଂଗ୍ରେସ ଶାସିତ ତେଲେଙ୍ଗାନାରେ ପହଁଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧି ମେଣ୍ଟ ‘ଇଣ୍ଡିଆ‘କୁ ଶକ୍ତି ପ୍ରସଙ୍ଗରେ ଘେରିଛନ୍ତି। ଜଗାତିୟାଲରେ ଆୟୋଜିତ ଏକ ଜନସଭା ବେଳେ ସେ ଅଭିଯୋଗ କରିଛନ୍ତି ବିରୋଧି ଷକ୍ତିକୁ ଶେଷ କରିବା ପାଇଁ ଘୋଷଣା ପତ୍ର ଜାରି କରାଯାଇଛି। ସେ କହିଛନ୍ତି, ଶକ୍ତି ବିରୋଧ କହୁଥିବା ଚ୍ୟାଲେଞ୍ଜକୁ ସ୍ବୀକାର କରନ୍ତୁ। ମହାରାଷ୍ଟ୍ର ରାଲି ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, ସେମାନେ ଶକ୍ତି ବିରୋଧରେ ଲଢୁଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କାଲି ଇଣ୍ଡି ଆଲାୟନସ ମୁମ୍ବାଇରେ ଏକ ରାଲି ଆୟୋଜିତ କରିଥିଲା। ସେ ଘୋଷଣ କରିଛନ୍ତି ଯେ, ତାଙ୍କର ଲଢେଇ ଶକ୍ତି ବିରୋଧରେ ରହିଛି। ମୋ ପାଇଁ ସବୁ ଝିଅ, ସବୁ ମା ଓ ସମସ୍ତ ଭଉଣୀ ଶକ୍ତି ସ୍ବରୂପ।’ ଯେଉଁ ଲୋକ ଶକ୍ତି ବିରୋଧରେ ନିଜର ଲଢୁଛନ୍ତି, ମୁଁ ତାଙ୍କ ଚ୍ୟାଲେଞ୍ଜକୁ ସ୍ବୀକାର କରୁଛି। ମୁଁ ଶକ୍ତି ପାଇଁ ନିଜ ଜୀବନ ଦେବାକୁ ପ୍ରସ୍ତୁତ।’
ସେ କହିଛନ୍ତି, କାଲି ମୁମ୍ବାଇରେ ଇଣ୍ଡି ଆଲାୟନ୍ସର ରାଲି ଥିଳା। ନିର୍ବାଚନ ଘୋଷି ହେବା ପରେ ଇଣ୍ଡି ଆଲାୟନ୍ସର ଏହା ପ୍ରଥମ ଓ ତାଙ୍କର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରାଲି ଥିଲା। ସେହି ରାଲିରେ ମୁଁ ନିଜର ଘୋଷଣା ପତ୍ର ଜାରି କରିଛି ଓ ତାଙ୍କ ଘୋଷଣା ପତ୍ରର ଘେଷଣା ଯେ, ମୋର(ଇଣ୍ଡି ଆଲାୟନ୍ସ)ର ଲଢେଇ ଶକ୍ତି ବିରୋଧରେ ରହିଛି।’ ମୋଦି କହିଛନ୍ତି, ମୋ ପାଇଁ ପ୍ରତ୍ୟେକ, ମା- ଭଉଣୀ ଓ ଝିଅ ଶକ୍ତିର ସ୍ବରୂପ। ମୁଁ ତାଙ୍କୁ ଶକ୍ତି ରୂପରେ ପୁଜା କରେ ଓ ଏହି ଶକ୍ତି ସ୍ବରୂପାଙ୍କ ରକ୍ଷା ପାଇଁ ଜୀବନର ବାଜି ଲଗାଇ ଦେବି।’
ଉଲ୍ଲେଖନୀୟ ଯେ, ମୁମ୍ବାଇର ଶିବାଚୀ ପାର୍କ ରାଲିରେ ରାହୁଲ କହିଥିଲେ,ହିନ୍ଦୁ ଧର୍ମରେ ଶକ୍ତି ଶବ୍ଦ ରହିଛି। ଆମେ ଏକ ଶକ୍ତି ବିରୋଧରେ ଲଢେଇ କରୁଛୁ। ପ୍ରଶ୍ନ ଉଠୁଛି ସେହି ଶକ୍ତି କ’ଣ ? ରାଜାର ଆତ୍ମା ଇଭିଏମ୍ରେ ଅଛି ଓ ଦେଶର ସବୁ ସଂସ୍ଥାରେ ରହିଛି। ଇଡି, ସିବିଆଇ ଓ ଆୟକର ବିଭାଗରେ ରହିଛି।’