ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୋ ବୁଥ ନୋ ଭୋଟ ଦାବିରେ ଭୋଟ ବର୍ଜନ କଲେ ସିର୍ଲିଗୁଡା ଗ୍ରାମବାସୀ

କୋକସରା, ୧୩/୦୫ : ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ପାଇଁ କଳାହାଣ୍ଡି ଜିଲ୍ଲାରେ  ମତଦାନ ହେଇଥିବା ବେଳେ ନୋ ବୁଥ ନୋ ଭୋଟ ନିଷ୍ପତ୍ତି ରେ ଅଟଳ ରହି ଭୋଟ ବର୍ଜନ କରିଛନ୍ତି ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ୧ ନମ୍ବର ୱାର୍ଡ଼ ର ୩୦୬ ଭୋଟର।

ମତଦାନ ପ୍ରତିଟି ନାଗରିକ ଙ୍କ ମୌଳିକ ଅଧିକାର,ତେବେ ଯେତେବେଳେ ନିଜର ଅଭିଯୋଗ ଓ ଦାବି କୁ ପ୍ରଶାସନ ପକ୍ଷରୁ ଅଣଦେଖା କରାଗଲା ପ୍ରତିବାଦ କରି ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ନେଇ ଭୋଟ ବର୍ଜ୍ଜନ ନିଷ୍ପତ୍ତି ରେ ଅଟଳ ରହି ମତଦାନ କୁ ଅଗ୍ରାହ୍ୟ କରିଛନ୍ତି ସିର୍ଲିଗୁଡା ଗ୍ରାମବାସୀ। 

ଗ୍ରାମବାସୀ ଙ୍କ ଅଭିଯୋଗ ମୁତାବକ ପୂର୍ବରୁ ସେମାନେ ଗାଁ ଠାରୁ ୮ କିମି ଦୂରରେ ଥିବା ବଙ୍ଗୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟ କୁ ଯାଇ ଭୋଟ ଦେଉଥିଲେ। ତେବେ ସିର୍ଲିଗୁଡା ଏକ ରାଜସ୍ୱ  ଗ୍ରାମ ହୋଇଥିବା ବେଳେ ସିର୍ଲିଗୁଡା ଗ୍ରାମ ରେ ବୁଥ କରିବାକୁ ଗ୍ରାମବାସୀ ଙ୍କ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଚଳିତ ନିର୍ବାଚନ ରେ ସିର୍ଲିଗୁଡା ରାଜସ୍ୱ ଗ୍ରାମ ଅଧୀନରେ ଥିବା ଅଁଳାଗୁଡା ପ୍ରାଥମିକ ବିଦ୍ୟାଳୟରେ ମତଦାନ କେନ୍ଦ୍ର କରିଥିବା ଜାଣିବା ପରେ ସିର୍ଲିଗୁଡା ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରି ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ତେବେ ଗତମାସ ରେ ଧର୍ମଗଡ ଉପ ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନ ଓ ଗ୍ରାମବାସୀ ଙ୍କ ବୈଠକ ହୋଇଥିବା ବେଳେ କୌଣସି ନିଷ୍କର୍ଷ ନ ବାହାରିବାରୁ ନୋ ବୁଥ ନୋ ଭୋଟ ଦାବି ରେ ଅଡ଼ି ବସି ଗ୍ରାମବାସୀ ମାନେ ଭୋଟ ବର୍ଜନ କରିଛନ୍ତି। ଭୋଟ ବର୍ଜନ ଖବର ପାଇ ଭୋଟର ଙ୍କୁ ମତଦାନ କରିବା ପାଇଁ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ସିର୍ଲିଗୁଡା ଗ୍ରାମରେ ପହଞ୍ଚି ଆଗାମୀ ସମୟରେ ମତଦାନ କେନ୍ଦ୍ର କରାଯିବା ନେଇ ପ୍ରତିଶ୍ରୁତି ଦେବାସହ ବସ ଯୋଗେ ବୁଥ କୁ ଯାଇ ଭୋଟ ଦେବାକୁ ଅନୁରୋଧ କରିଥିଲେ। ତେବେ ଗ୍ରାମବାସୀ ମାନେ ନିଜ ଜିଦ ରେ ଅଟଳ ରହି ମତଦାନ ରୁ ବିରତ ରହିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.