ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ବସ୍ତି: ତୁରନ୍ତ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ, ଏବେ ଜେଲ୍‌ରେ ରହିବେ

ନୂଆଦିଲ୍ଲୀ,୧୫।୪: ଲୋକସଭା ନିର୍ବାଚନ ମାହୋଲ ପାଇଁ ସବୁ ଦଳର ଜୋରଦାର ପ୍ରସ୍ତୁତି ଚାଲିଛି। ହେଲେ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଜାମିନ ପାଇଁ କେଜ୍ରିୱାଲଙ୍କ ପକ୍ଷରୁ ଏକାଧିକ ଆବେଦନ ହେଉଥିଲେ ମଧ୍ୟ ତାଙ୍କୁ ଆଶ୍ୱସ୍ଥି ମିଳିପାରୁ ନାହିଁ।  ମଦ ଦୁର୍ନୀତି ମାମଲାରେ ତିହାର ଜେଲ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସୋମବାର ମିଳିଲାନି ଆଶ୍ବସ୍ତି। ଏପ୍ରିଲ ୯ରେ ହାଇକୋର୍ଟରୁ ନିରାଶ ହେବା ପରେ ଏହା ପର ଦିନ ଇଡିର ଗିରଫଦାରୀ ବିପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେଜ୍ରିୱାଲ। ଆଜି ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଦୀପଙ୍କର ଦତ୍ତ ଏହି ଆବେଦନ ଉପରେ ବିଚାର କରି ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୯କୁ ଧାର୍ଯ୍ୟ କରିଛନ୍ତି।

ସୁପ୍ରିମକୋର୍ଟ ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବଲଙ୍କ ସେହି ଆବେଦନ ଉପରେ ଶୁଣାଣି କରିଥିଲେ, ଯେଉଁଥିରେ ସେ କଥିତ ମଦ ଦୁର୍ନୀତି ସମ୍ପର୍କୀତ ମନି ଲଣ୍ଡରିଂ ମାମଲାରେ ନିଜର ଗିରଫଦାରୀକୁ ଚ୍ୟାଲେଞ୍ଜ ଦେଇଥିଲେ। ସୁପ୍ରିମକୋର୍ଟ କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ବଜାୟ ରଖିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶ ବିରୋଧରେ ତାଙ୍କ ଆବେଦନ ଉପରେ ଇଡିକୁ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିକୁ ୨୪ ଏପ୍ରିଲ ପର୍ଯ୍ୟନ୍ତ ନିଜର ଜବାବ ଦାଖଲ କରିବାକୁ କହିଛନ୍ତି। 

କେଜ୍ରିଓ୍ବାଲଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘଭି ସୁପ୍ରିମକୋର୍ଟଙ୍କ ଏହି ମାମଲାରେ ତୁରନ୍ତ ଶୁଣାଣି କରିବାକୁ ଅପିଲ କରିଛନ୍ତି।  ସେ କହିଥିଲେ, "କେଜ୍ରିୱାଲଙ୍କ ଗିରଫଦାରୀ ଏବଂ ରିମାଣ୍ଡ ଏକ ଅବିଶ୍ୱସନୀୟ ଡକ୍ୟୁମେଣ୍ଟ ଉପରେ ଆଧାରିତ। କେଜ୍ରିୱାଲଙ୍କୁ ଅନ୍ୟ କାହା ପ୍ରରୋଚନାରେ ଗିରଫ କରାଯାଇଛି, ଯେଉଁମାନଙ୍କ ବୟାନ କ୍ରମେ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା ସେମାନେ ବର୍ତ୍ତମାନ ସରକାରୀ ସାକ୍ଷୀ ହୋଇସାରିଲେଣି। କେଜ୍ରିୱାଲଙ୍କ ଗିରଫଦାରୀ ବେଆଇନ ତାଙ୍କୁ ତୁରନ୍ତ ମୁକ୍ତି କରାଯାଉ।" ସର୍ବୋଚ୍ଚ ଅଦାଲତ କେଜ୍ରିୱାଲଙ୍କ ଯୁକ୍ତି ଶୁଣିବା ପରେ ତଦନ୍ତକାରୀ ସଂସ୍ଥା ଇଡିକୁ ଏହାର ଜବାବ ରଖିବାକୁ ଦୁଇ ସପ୍ତାହ ସମୟ ଦେଇଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.