ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଗୁରୁ ଦିବସରେ ଗୁରୁ ପିନ୍ଧିବେ କଳା ପଟି, ୨୧ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ଓଷ୍ଟା

ଭୁବନେଶ୍ୱର,୦୪/୦୯: ୨୧ ଦଫା  ଦାବିରେ ବାରମ୍ବାର ଆନ୍ଦୋଳନ କରିବା ପରେ  ମଧ୍ୟ ସରକାର ଶୁଣୁନାହାଁନ୍ତି । ଏ ରାଜ୍ୟରେ  ଗୁରୁ ଭୋକିଲା ପେଟରେ ଶିକ୍ଷାଦାନ କରୁଛନ୍ତି ।  ଅବସର ପରେ ଚା ଓ ପରିବା ବିକୁଛନ୍ତି ତ ଆଉ  କିଛି ଘାସ ବାଛିଲାଣି । ଯେଉଁଠି ଗୁରୁର ମର୍ଯ୍ୟାଦା  ନାହିଁ ସେଠାରେ ଗୁରୁଦିବସ କାହା ପାଇଁ ବୋଲି  ଓଡ଼ିଶା ମାଧ୍ୟମିକ ସ୍କୁଲ୍‌ ଶିକ୍ଷକ ସଂଘ (ଓଷ୍ଟା)  ପ୍ରଶ୍ନ କରିଛି । ତେଣୁ ଗୁରୁ ଦିବସରୁ କଳାପଟି  ବାନ୍ଧି ଆନ୍ଦୋଳନ କରିବ ବୋଲି ଓଷ୍ଟା ଚେତାବନୀ  ଦେଇଛି । ରବିବାର ଶ୍ରମିକ ଭବନଠାରେ ଆୟୋଜିତ  ସାମ୍ବାଦିକ ସମ୍ମିଳନୀରେ ସଂଘ ସୂଚନା ଦେଇଛି । 

୨୨୬ ଓ ୩୯୯ଟି ନୂତନ ଅନୁଦାନ  ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ  ଶିକ୍ଷା କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ  ପ୍ରଦାନ । ୨୮୦୦, ୨୨୦୦ ଓ ୧୯୦୦ ଗ୍ରେଡ଼୍‌  ପେ ରେ ଥିବା ଅସଂଗତି ଦୂରୀକରଣ, ହିନ୍ଦୀ  ଓ ସଂସ୍କୃତ ଶିକ୍ଷକଙ୍କୁ ଉଚ୍ଚତର ଦରମା ପ୍ରଦାନ, ୧୧୦ ବାଳିକା ବିଦ୍ୟାଳୟ କ୍ଷେତ୍ରରେ ହୋଇଥିବା  ଅନ୍ୟାୟର ସୁବିଚାର, ଏହା ବ୍ୟତୀତ ପୂର୍ଣ୍ଣ  ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ସରକାରୀ କରଣ  ଓ ଏଥିରେ କାର୍ଯ୍ୟରତ ୫୨ ଜଣ ସେକ୍ସନ  ଶିକ୍ଷକଙ୍କୁ ଦରମା ପ୍ରଦାନ, ୨୦୦୪ରୁ ୨୦୧୩  ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ବାର୍ଷିକ ଦରମା ବୃଦ୍ଧି ସହ ବରିଷ୍ଠତା  ପ୍ରଦାନ, ଆରଏସିପି ପ୍ରଦାନ କ୍ଷେତ୍ରରେ ଉଚ୍ଚତମ  ନ୍ୟାୟାଳୟର ନିର୍ଦ୍ଦେଶକୁ ପାଳନ କରିବା ଆଦି  ୨୧ ଦଫା ଦାବି ପୂରଣ ଦାବିରେ ଆନ୍ଦୋଳନକୁ  ଓହ୍ଲାଇବ ସଂଘ । କଳାପଟି ବାନ୍ଧି ନୀରବ ପଟୁଆର  କରି ଲୋୟର ପିଏମ୍‌ଜିରେ ଗୁରୁ ଦିବସକୁ  ମର୍ଯ୍ୟାଦା ଦିବସ ଭାବେ ପାଳନ କରିବ ସଂଘ । 

ସଂଘ ସାଧାରଣ ସଂପାଦକ ରଞ୍ଜନ  କୁମାର ଦାଶ କହିଛନ୍ତି, ଅଗଷ୍ଟ ୧୬ରୁ  ୧୮ ତାରିଖ ପର୍ଯ୍ୟନ୍ତ ୨୧ ଦଫା ଦାବିରେ  ଅହୋରାତ୍ର ଧାରଣା ଦିଆଯାଇଥିଲା ।  ସରକାର କହିଥିଲେ ୮ଦିନ ମଧ୍ୟରେ  ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ବସି  ସମସ୍ୟାର ସମାଧାନ କରାଯିବ । ତେଣୁ ସଂଘ ଆନ୍ଦୋଳନରୁ ଓହରିଥିଲା । ମାତ୍ର ୧୮ଦିନ  ବିତିଯାଇଥିଲେ ମଧ୍ୟ କୌଣସି ସମସ୍ୟାର  ସମାଧାନ ହୋଇପାରିଲା ନାହିଁ । ତେଣୁ ବାଧ୍ୟ  ହୋଇ ଗୁରୁଦିବସରୁ ଆନ୍ଦୋଳନ କରାଯିବ ।  ଏପରିକି ବିଧାନସଭା ସମୟରେ ମଧ୍ୟ  ଆନ୍ଦୋଳନ କରିବେ ବୋଲି ସଂଘ ଚେତାବନୀ  ଦେଇଛି। ସାମ୍ବାଦିକ ସମ୍ମିଳନୀରେ ସଂଘର  ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ  ସଭାପତି ନୀଳମଣୀ ପୁରୋହିତ, ଯୁଗ୍ମ  ସାଧାରଣ ସଂପାଦକ ବ୍ରଜକିଶାର ବିଶ୍ୱାଳ,  କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର,  ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର  ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।

Copyright © 2022 - Summa Real Media Private Limited. All Rights Reserved.