ସତନା – ବର୍ତ୍ତମାନ ସମୟରେ ମଧ୍ୟ ପ୍ରଦେଶରେ ରାଜନୀତି ମାହୋଲ ଖୁବ୍ ସରଗରମ। ରାଜ୍ୟରେ ୧୭ ନଭେମ୍ୱରରେ ଭୋଟିଂ ହେବାକୁ ଯାଉଛି। ନିର୍ବାଚନକୁ ନଜରରେ ରଖି ସରକାରୀ କର୍ମଚାରୀଙ୍କ ମଧ୍ୟ ଡ୍ୟୁଟି ଜାରି ହେବ। ଏହାକୁ ନେଇ ସରକାରଙ୍କ ତରଫରୁ ସେମାନଙ୍କୁ ଟ୍ରେନିଂ ଦିଆଯାଉଛି। କିନ୍ତୁ ଏହି ଟ୍ରେନିଂ ନେଉଥିବା ଶିକ୍ଷକଙ୍କ ମଧ୍ୟରେ ଜଣେ ସଂସ୍କୃତ ଶିକ୍ଷକ ଟ୍ରେନିଂକୁ ଆସି ନଥିଲେ। ଯେବେ ତାଙ୍କୁ ଏହାର ଜବାବ ମଗାଗଲା ତ ସେ ଅଜବ ଧରଣର ଉତ୍ତର ଦେଇଥିଲେ । ସେ ବିବାହ କରିବାକୁ ଦାବି ଜଣାଇ ଥିଲେ। ଶିକ୍ଷକ ଜଣଙ୍କ ଏକ ଚିଠି ଲେଖି ସଂପୃକ୍ତ ଅଧିକାରୀଙ୍କୁ ତାଙ୍କର ବିବାହ କରାଇବା ଓ ଯୌତୁକ ଦାବି କରିଥିଲେ।
ଏହାସହ ମଧ୍ୟ ପଢ଼ନ୍ତୁ - ଗୋଟିଏ ରୁମାଲ ପାଇଁ ୧୨ମହଲାରୁ ଲଟକି ରହିଲେ ମହିଳା , ଫଟୋ ଭାଇରାଲ
ଟିଓଆଇର ରିପୋର୍ଟ ଆଧାରରେ , ଶିକ୍ଷକଙ୍କ ନାଁ ଅଖିଳେଶ କୁମାର ମିଶ୍ର ( ୩୫)। ସେ ସତନା ଜିଲ୍ଲାର ଅମରପାଟନରେ ଏକ ସରକାରୀ ସ୍କୁଲରେ ସଂସ୍କୃତ ଶିକ୍ଷକ। ତାଙ୍କୁ ୧୬-୧୭ ଅକ୍ଟୋବରରେ ନିର୍ବାଚନରେ ଡ୍ୟୁଟିର ଟ୍ରେନିଂ ପାଇଁ ଡକାଯାଇ ଥିଲା। ସେ ଟ୍ରେନିଂରେ ସାମିଲ ନହେବାରୁ ୨୭ ଅକ୍ଟୋବରରେ କାରଣ ଦର୍ଶାଇ ନୋଟିସ୍ ଜାରି କରାଯାଇ ଥିଲା। ନୋଟିସ୍ରେ ଶିକ୍ଷକଙ୍କୁ ପଚରା ଯାଇଥିଲା କି, ଏହି ଅବହେଳା କାରଣରୁ ତାଙ୍କୁ ସସ୍ପେଣ୍ଡ କାହିଁକି କରାଯିବ ନାହିଁ ?
ନୋଟିସ୍ର ଜବାବ ଦେଇ ଶିକ୍ଷକ ଅଖିଳେଶ କୁମାର ମିଶ୍ର ଲେଖିଛନ୍ତି, ମୋ ପୂରା ଜୀବନ ପତ୍ନୀ ବିନା ବିତିଛି। ଏବେସୁଦ୍ଧା ସବୁ ରାତି ବର୍ବାଦ ହୋଇ ଯାଇଛି। ପ୍ରଥମେ ମୋ ବିବାହ କରାଅ। ଚିଠିରେ ଅଖିଳେଶ ସାଢେ ତିନି ଲକ୍ଷ ଟଙ୍କା ଯୌତୁକ ଦାବି କରିଛନ୍ତି। ଏହାସହ ଏକ ଫ୍ଲାଟ୍ କିଣିବା ପାଇଁ ଲୋନ୍ ମଞ୍ଜୁରୀ କରାଇବା କଥା କହିଛନ୍ତି। ଚିଠିର ଶେଷରେ ସେ ଲେଖିଛନ୍ତି କି, ମୁଁ କଣ କରିବି ? ମୋ ପାଖରେ ଶବ୍ଦ ନାହିଁ। ଆପଣ ଜ୍ଞାନର ସାଗର।
ଶିକ୍ଷକ ଅଖିଳେଶ କୁମାର ମିଶ୍ରଙ୍କ ଏହି ଜବାବ ପରେ ଜିଲ୍ଲା କଲେକ୍ଟର ତାଙ୍କୁ ସସ୍ପେଣ୍ଡ କରି ଦେଇଛନ୍ତି। ରିପୋର୍ଟ ମୁତାବିକ , ତାଙ୍କର ସହକର୍ମୀମାନେ କହିଛନ୍ତି ଅଖିଳେଶ ଫୋନ୍ ବ୍ୟବହାର କରନ୍ତି ନାହିଁ। ତାଙ୍କ ସହ କାମ କରୁଥିବା କିଛି ଲୋକ କହିଛନ୍ତି କି, ସେ କିଛି ବର୍ଷ ହେବ ଅବସାଦରେ ରହୁଛନ୍ତି ,ନୁହେଁତ ଏଭଳି ଚିଠି କିଏ ଲେଖିବ।