ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀ ଜଳ ସଙ୍କଟ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ, କହିଲେ- ଅତିରିକ୍ତ ୧୩୭ କ୍ୟୁସେକ୍ ପାଣି ଛାଡୁ ହିମାଚଳ ପ୍ରଦେଶ

ନୂଆଦିଲ୍ଲୀ,୬।୬:  ଦିଲ୍ଲୀରେ ଜଳ ସଙ୍କଟକୁ ଦେଖି ସୁପ୍ରିମକୋର୍ଟ ଗୁରୁବାର  ଦେଇଛନ୍ତି ବଡ ନିର୍ଦେଶ। କୋର୍ଟ ହିମାଚଳ ପ୍ରଦେଶକୁ ୧୩୭ କ୍ୟୁସେକ୍ ଅତିରିକ୍ତ ପାଣି ଛାଡିବାର ନିର୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ହରିୟାଣାକୁ ଏହି ପାଣିକୁ ଦିଲ୍ଲୀ ପର୍ଯ୍ୟନ୍ତ ପହଁଞ୍ଚାଇବା ପାଇଁ ନିର୍ଦେଶ ଦେଇଛନ୍ତି। ଏକ ମାସ ପର୍ଯ୍ୟନ୍ତ ଅତିରିକ୍ତ ପାଣିର ଦାବି କରି ଆବେଦନକୁ ନେଇ ପହଁଞ୍ଚିଥିବା କେଜ୍ରିଓ୍ବାଲ ସରକାରଙ୍କୁ ମଧ୍ୟ କୋର୍ଟ ଚେତାବନୀ ଦେଇଛନ୍ତି  ଓ ଏହା ସୁନିଶ୍ଚିତ କରିବାକୁ କୁହାଯାଇଛି ଯେ, ପାଣି ନଷ୍ଟ କରିବାକୁ ଦିଆନଯାଉ। 

ଦିଲ୍ଲୀରେ ଭୀଷଣ ଜରମ୍ ଭିତରେ କିଛି ସମୟ ହେବ ଲକ୍ଷାଧିକ ଲୋକ ପାଣିକୁ ନେଇ ପ୍ରତିଦିନ ସଂଘର୍ଷ କରିବାକୁ ପଡିଛି। ଏହା ଭିତରେ କେଜ୍ରିଓ୍ବାଲ ସରକାର ହରିୟାଣାରେ ଯମୁନାରେ କମ ପାଣି ଯୋଗାଇବାକୁ ଅଭିଯୋଗ କରିଥିଲେ ଓ ଅତିରିକ୍ତ ପାଣି ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ବାରାସ୍ତ ହୋଇଥିଲେ। କୋର୍ଟ ୫ ଜୁନ୍‌ରେ ଅପର ଯମୁନା ବୋର୍ଡର ବୈଠକ ଡକାଇବାର ନିର୍ଦେଶ ଦେଇ ସମ୍ପର୍କିତ ପକ୍ଷ ସହିତ ଆଲୋଚନା କରିବାକୁ କହିଥିଲା।

ଜଷ୍ଟିସ୍ ପ୍ରଶାନ୍ତ କୁମାହର ମିଶ୍ରା ଓ କେଭି ବିଶ୍ବନାଥନଙ୍କ ଖଣ୍ଡପୀଠ ଗୁରୁବାର ସବୁ ପକ୍ଷର କଥା ଶୁଣିବା ପରେ ସୁପ୍ରିମକୋର୍ଟ ହିମାଚଳ ପ୍ରଦେଶକୁ ନିର୍ଦେଶ ଦେଇଥିଲେ ସେ ଅତିରିକ୍ତ ୧୩୭ କ୍ୟୁସେକ୍ ପାଣି ଯମୁନାକୁ ଛାଡନ୍ତୁ। ଏହା ସହିତ ହରିୟାଣାକୁ ନିର୍ଦେଶ ଦେଇଛନ୍ତି ଯେ ଅତିରିକ୍ତ   ପାଣିକୁ ହଥନିକୁଣ୍ଡ ଓ ଓ୍ବଜିରାବାଦ ବ୍ୟାରେଜ ପର୍ଯ୍ୟନ୍ତ ଯିବାକୁ ଦିଆଯାଉ, ଯାହାଫଳରେ ଦିଲ୍ଲୀରେ ଜଳ ସଙ୍କଟ ଦୂର ହେବ। କୋର୍ଟ କହିଛନ୍ତି, ହରିୟାଣାକୁ   ସୂଚିତ କରିବ ହିମାଚଳ ପ୍ରଦେଶ ୭ ଜୁନ୍‌ରେ ପାଣି ଛାଡୁ। ଯଦି ଯମୁନା ରିଭର ବୋର୍ଡକୁ ନିର୍ଦେଶ  ଦିଆଯାଇଛି ହିମାଚଳରୁ ଛଡା ଯାଇଥିବା ପାଣିକୁ ମପାଯାଉ। ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ଏହା ସୁନିଶ୍ଚିତ କରିବକୁ କହିଛନ୍ତି, ଯେପରି ପାଣିର ନଷ୍ଟ ନହେଉ। କୋର୍ଟ ୧୦ ଜୁନ୍‌ରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.