ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ବିଶ୍ୱକପ୍‌ ଫିନାଲେ ଫିଭର୍‌ ! ବ୍ରହ୍ମପୁରରେ ଓପିଏସ୍‌ସି ପରୀକ୍ଷାରେ ୭୦% ଅନୁପସ୍ଥିତ

ବ୍ରହ୍ମପୁର,୨୦/୧୧: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ ଓଡ଼ିଶା ମ୍ୟୁନିସିପାଲ ଆଡମିନିଷ୍ଟ୍ରେଟିଭ୍‌ ସର୍ଭିସ୍‌ ପରୀକ୍ଷା ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଛି ।  ସହରର ୧୦ଟି ପରୀକ୍ଷା କେନ୍ଦ୍ରରେ ଏହାର ଆଶାୟୀମାନେ ପରୀକ୍ଷା ଦେଇଥିଲେ । ମାତ୍ର ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ପରୀକ୍ଷା ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ରବିବାର ପରୀକ୍ଷାରେ ୭୦ ପ୍ରତିଶତ  ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । କ୍ରିକେଟ୍‌ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ ଯୋଗୁଁ ଏତେ ସଂଖ୍ୟାରେ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା କୁହାଯାଉଛି । 

ବ୍ରହ୍ମପୁରର କେସି ପବ୍ଲିକ୍‌ ସ୍କୁଲ୍‌, ସହିଦ ଲକ୍ଷ୍ମଣ ନାୟକ  ପୌର ସରକାରୀ ଉଚ୍ଚ ବିଦ୍ୟାଳୟ, ଗୁରୁକୁଳ ଇଣ୍ଟରନ୍ୟାସନାଲ୍‌  ସ୍କୁଲ୍‌, ମହାମାୟୀ ମହିଳା ମହାବିଦ୍ୟାଳୟ, ସେଣ୍ଟ ଜାଭିୟର୍‌ ସ୍କୁଲ୍‌,  ବିନାୟକ ଆଚାର୍ଯ୍ୟ କଲେଜ, ଏସ୍‌ଏସ୍‌ଭିଏମ୍‌ ବାସୁଦେବ ନଗର,  ଗଜପତି ନଗର, ରାମହରି ନଗର ଏବଂ ଅକ୍ସଫୋର୍ଡ ପବ୍ଲିକ୍‌ ସ୍କୁଲ୍‌କୁ  ମିଶାଇ ମୋଟ ୧୦ଟି ସ୍କୁଲ୍‌ରେ ପରୀକ୍ଷା ଆୟୋଜନ ହୋଇଥିଲା ।  

ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା । ଦୁଇଟି ପର୍ଯ୍ୟାୟରେ  ପରୀକ୍ଷା ଅପରାହ୍ନ ୪ଟାରେ ଶେଷ ହୋଇଥିଲା । ମୋଟ ୫୪୦୦ ଆଶାୟୀ ବ୍ରହ୍ମପୁରର ଏହି କେନ୍ଦ୍ରରେ ପରୀକ୍ଷା ଦେଇଥାନ୍ତେ । ମାତ୍ର  ୧୬୦୦ରୁ ୧୭୦୦ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ଯାହା ମୋଟ  ପରୀକ୍ଷାର୍ଥୀଙ୍କ ୩୦ ପ୍ରତିଶତ ହେବ ବୋଲି ସୂଚନା ମିଳିଛି । ପୂର୍ବରୁ  କୌଣସି ପରୀକ୍ଷାରେ ଏତେ ସଂଖ୍ୟାରେ ଆଶାୟୀଙ୍କ ଅନୁପସ୍ଥିତି ଦେଖିବାକୁ ମିଳିନଥିଲା । ହେଲେ ରବିବାର କ୍ରିକେଟ୍‌ ବିଶ୍ୱ କପ୍‌ ଫାଇନାଲ୍‌  ମ୍ୟାଚ୍‌ ପାଇଁ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା କୁହାଯାଉଛି ।

Copyright © 2022 - Summa Real Media Private Limited. All Rights Reserved.