ରାୟଗଡ଼ା, ୦୮/୧୧ : ରାୟଗଡ଼ାରୁ ୨ କଲରାପତରିଆ ବାଘ ଛାଲ ଜବତ। ରାୟଗଡ଼ା ଚାନ୍ଦିଲି ଥାନା ତାମ୍ପରବିଦୁନି ଛକରେ ମାଡ଼ି ବସିଲା ଏସଟିଏଫ୍। ୨ ଅଭିଯୁକ୍ତ ଗିରଫ। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ବିକ୍ରମ ମାଝି ଏବଂ ରାଜା ମାଝି। ସେମାନଙ୍କ ନିକଟରୁ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ତେବେ ବାଘ ଛାଲ ଗୁଡ଼ିକ ପରୀକ୍ଷା ପାଇଁ ଡେରାଡୁନ ପଠାଯିବ ବୋଲି ସୂଚନା ମିଳିଛି। ଏସଟିଏଫ୍ ଏନେଇ ଅଧିକ ତଦନ୍ତ କରୁଛି।

ଧନୀ ହେଉଛନ୍ତି ଆଞ୍ଚଳିକ ଦଳ: ୧୦ ଦଳର ସମ୍ପତ୍ତି ବଢ଼ିଛି...