ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଧାରେ ରହିଲା ଜଗା ଦର୍ଶନ : ଓଲଟିଲା ବୋଲେରୋ,୧୦ ଆହତ

ଖଲ୍ଲିକୋଟ, ୨୯/୦୨:  ମାଲକାନଗିରି ଜିଲ୍ଲା ବାଲିମେଳା ରୁ ଜଗା ଦର୍ଶନ କରିବା ପାଇଁ ଯାଉଥିଲେ ପୁରୀ ।କିନ୍ତୁ ୧୬ ନମ୍ବର ଜାତୀୟ ରାଜପଥ ର ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଙ୍ଗଡ଼ାପଲ୍ଲୀ ଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବୋଲେରୋ ।ଆଉ ଗାଡ଼ି ଭିତରେ ଥିବା ୧୦ ଜଣ ଆହତ ହୋଇଥିଲେ । 

 ମାଲକାନଗିରି ଜିଲ୍ଲା ବାଲିମେଳା ରୁ ୧୦ ଜଣ ଯୁବକ ଏକ ବୋଲେରୋ ଗାଡ଼ି (ନଂ . ଓଡି୧୦ଏ୮୭୨୭)ଯୋଗେ ଜଗା ଦର୍ଶନ କରିବା ପାଇଁ ପୁରୀ ଅଭିମୁଖେ ବାହାରି ଥିଲେ । ଆଜି ସକାଳ ୬ ଟା ସମୟରେ ପ୍ରବଳ କୁହୁଡି ଯୋଗୁଁ ୧୬ ନମ୍ବର ଜାତୀୟ ରାଜପଥର ସିଙ୍ଗଡ଼ାପଲ୍ଲୀ ଠାରେ ଭାରସାମ୍ୟ ହରାଇ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଯାହା ଫଳରେ ବୋଲେରୋ ଭିତରେ ଥିବା ୧୦ ଜଣ ଯୁବକ ଆହତ ହୋଇଥିଲେ । ଆହତ ମାନେ ହେଲେ ମାଲକାନାଗିରି ଜିଲ୍ଲା ବାଲିମେଳା ଅଞ୍ଚଳର ଟି. ସନ୍ତୋଷ, ସଂଗ୍ରାମ ବିଶ୍ଵାଳ, ସତ୍ୟଜିତ ନୟକ, ଶୁଭଙ୍କର ପ୍ରଧାନ, ସାଗର ଭୋଳ, ଶୁଭମଶ୍ରୀ ପ୍ରଧାନ, ସୁନୀଲ କୁମାର ପାଙ୍ଗି,ଦୁର୍ଗା ମାଧବ ପୃଷ୍ଟି, ରୋସନ୍ ପାତ୍ର, ସୂର୍ଯ୍ୟ ବେହେରା ବୋଲି ଜଣାପଡିଛି । 

ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ, ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଓ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଂଚି ଥିଲେ। ଆହତ ମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ । ସେଠାରେ ତିନିଜଣ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା ।

ଆହୁରି ପଢନ୍ତୁ : ଅଙ୍ଗନବାଡି କେନ୍ଦ୍ର ଓ ମିନି ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କ ଦରମା ବଢିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.