ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

ବାବା ଆଳରେ କରୁଥିଲେ ଗଞ୍ଜେଇ ବେପାର, ମାଡ଼ି ବସିଲା ପୁଲିସ : ୨ ଗିରଫ

ବାରଙ୍ଗ, ୧୬।୧୧ ବାବାଙ୍କ କେଳେଙ୍କାରି। ଧର୍ମ ପ୍ରଚାର ଆଳରେ କରୁଥିଲେ ଗଞ୍ଜେଇ ବେପାର। ଭଡ଼ା ଘରେ କରିଥିଲେ ଗୋଦାମ। ପେଶାଦାର ଅପରାଧୀ ସହ ମିଶି କରୁଥିଲେ ବେପାର। ଫୁଲବାଣୀରୁ ଆଣି ସ୍କୁଟି ସାହାଯ୍ୟରେ କରୁଥିଲେ ବେପାର। ଖବର ପାଇ ଚନ୍ଦ୍ରଶେଖରପୁର ପୁଲିସ୍ ଚଢାଉ କରି ୨ ଜଣଙ୍କୁ ଗିରଫ କରିଛି। 

ଦୀର୍ଘବର୍ଷ ଧରି ବାବା ଏବଂ ଚେଲା ପରିଚୟ ଦେଇ୨ ଜଣ  ରାଜଧାନୀ ତଥା ବିଭିନ୍ନ ସହରକୁ ଗଞ୍ଜେଇ କାରବାର  କରୁଥିଲେ। ଫୁଲବାଣୀରୁ ବସ୍ ଏବଂ କାର୍ ଯୋଗେ ଗଞ୍ଜେଇ ମଗାଇ  ପଟିଆ କାନନ ବିହାର ସ୍ଥିତ ଭଡ଼ା ଘରେ ଗୋଦାମ କରିଥିଲେ । ଧର୍ମ ପ୍ରଚାର ଆଳରେ ସ୍କୁଟିରେ ବୁଲିବୁଲି ଗଞ୍ଜେଇ ବିକ୍ରି କରୁଥିଲେ ।  ବୁଧବାର ବାବା ଓ ଚେଲା ଡିଲ୍ କରୁଥିବା ସମୟରେ ପୂର୍ବରୁ ସୂଚନା ପାଇ ପ୍ରସ୍ତୁତ ଥିବା ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ବାବା ବିଚିତ୍ର ପଣ୍ଡା ଓ ଚେଲା ଉତ୍ତମ ମହାନ୍ତିଙ୍କୁ ଗିରଫ କରିଛି। ଉଭୟଙ୍କ ପାଖରୁ ୧୦କିଲୋ ୫ଶହ ଗ୍ରାମ ଗଞ୍ଜେଇ ସହ ଦୁଇଟି ମୋବାଇଲ, ଗୋଟିଏ  ହୋଣ୍ଡା ଆକ୍ଟିଭା ଏବଂ ନଗଦ ଦୁଇହଜାର ଟଙ୍କା ଜବତ୍ କରିଛି।

ଆହୁରି ପଢନ୍ତୁ : ବାଇକକୁ ଧକ୍କା ଦେଲା ଟ୍ରକ : ୨ ମୃତ

Copyright © 2022 - Summa Real Media Private Limited. All Rights Reserved.