ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୧୦କେଜି ଗଞ୍ଜେଇ ସହ ଗୋଟିଏ ବାଇକ୍ ଜବତ

ଭାପୁର,୧୫/୯ : ଫତେଗଡ଼ ଥାନା ଅନ୍ତର୍ଗତ ଧାନଚାଙ୍ଗେଡ଼ା ଛକରୁ ୧୦କେଜି ଗଞ୍ଜେଇ ସହ ଗୋଟିଏ ବାଇକ୍ ଓ ମୋବାଇଲ ଜବତ । ପ୍ରକାଶ ଯେ, ଗୁରୁବାର ଅପରାହ୍ନ ୪ଟା ସମୟରେ ୨ଜଣ ଯୁବକ ଗଣିଆ ଅଞ୍ଚଳ କଳାପାଟ ଛକରୁ ଏକ ବାଇକରେ ଗଞ୍ଜେଇ ଧରି ଆସୁଥିଲେ । ଫତେଗଡ଼ ଥାନାଧିକାରୀ ସୁଜିତ ଦାସ କୌଣସି ସୂତ୍ରରୁ ସୂଚନାପାଇ ଏଏସଆଇ ପ୍ରତାପଚନ୍ଦ୍ର ପାହଡ଼ ସିଂ, ଏକେ ଗୁମାନ ସିଂ ଓ ପୋଲିସ କର୍ମଚାରୀଙ୍କ ସହ ଧାନଚାଙ୍ଗେଡ଼ା ଛକ ନିକଟରେ ଛକି ବସିଥିଲେ । ବାଇକରେ କଣ୍ଟିଲୋଠାରୁ ଧାନଚାଙ୍ଗେଡ଼ା ଦେଇ ଯିବା ରାସ୍ତାରେ ପୋଲିସ ସେହି ସମୟରେ ମାଡ଼ି ବସିଥିଲା ।  ଦୁଇଜଣ ଯୁବକ ହେଲେ ଫତେଗଡ଼  ଥାନା ଅନ୍ତର୍ଗତ ବନମାଳୀପୁର ଗ୍ରାମ ତଳସାହିର ସନ୍ତୋଷ କର(୩୯) ଓ ବଜାର ସାହିର ବାଙ୍କନିଧି ପାଢ଼ୀ(୩୯)। 

ସେମାନଙ୍କ ନିକଟରୁ ଏକ ଜରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡ଼ିବା ପରେ ମାଜିଷ୍ଟ୍ରେଟ ତହସିଲଦାର ଲଗ୍ନଜିତ ବେହେରାଙ୍କ ଉପସ୍ଥିତରେ ଓଜନ କରାଯାଇଥିଲା। ସେମାନେ ବ୍ୟବହାର କରିଥିବା ନାଲି ରଙ୍ଗର ବାଇକ୍ ଓଡି ୨୫ଜି ୬୧୮୦ ଓ ଗୋଟିଏ ମୋବାଇଲ ପୋଲିସ ଜବତ କରି ଫତେଗଡ଼ ଥାନାକୁ ଆଣିଥିଲେ। ଶୁକ୍ରବାର ଖଣ୍ଡପଡ଼ା ଏସଡିପିଓ ପ୍ରଭାତ ମଲ୍ଲିକ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । 

ସୂଚନା ଅନୁଯାୟୀ ସେଥିରେ ବ୍ୟବହୃତ ବାଇକ୍ ସନ୍ତୋଷ କରର ହୋଇଥିବାବେଳେ ବାଙ୍କନିଧି ପାଢୀଙ୍କ ନିକଟରୁ ଏକ ମୋବାଇଲ ଜବତ ହୋଇଛି । ମୋବାଇଲର କଲ୍ ରେକର୍ଡ଼ ଯାଞ୍ଚ ଚାଲିଛି । ସେମାନଙ୍କ ନାମରେ ପୂର୍ବରୁ କୌଣସି ଥାନାରେ ମାମଲା ନ ଥିବା ଜଣାପଡ଼ିଥିବାବେଳେ ସେମାନେ ବାହାର ଅଞ୍ଚଳରୁ ଅଳ୍ପ ଅଳ୍ପ ଗଞ୍ଜେଇ ଆଣି ଗ୍ରାମାଞ୍ଚଳରେ ବିକ୍ରି କରୁଥିବା ଜଣାପଡ଼ିଛି । ମୋବାଇଲ କଲ୍ ରେକର୍ଡ଼ ଆସିଲା ପରେ ଆଉ କିଏ କିଏ ଏହି ବେପାରରେ ସାମିଲ ଅଛନ୍ତି ଜଣାପଡ଼ିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.