ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଯୁଦ୍ଧଗ୍ରସ୍ତ ଗାଜାରୁ ଇଜିପ୍ଟରେ ପହଞ୍ଚିଲେ ୧୦୦ ବ୍ରିଟିଶ ନାଗରିକ: ମନ୍ତ୍ରୀ

Image Courtesy: Yahoo

ଲଣ୍ଡନ: ଇସ୍ରାଏଲ ଏବଂ ହମାସ ସଂଗଠନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଗାଜାରୁ ୧୦୦ ବ୍ରିଟିଶ ନାଗରିକ ରାଫା ବର୍ଡର ଦେଇ ଇଜିପ୍ଟରେ ପହଞ୍ଚିଛନ୍ତି । ଏହି ଯୁଦ୍ଧରେ ୧୪ ଜଣ ବ୍ରିଟେନ୍‌ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ବ୍ରିଟେନର ଜଣେ ମନ୍ତ୍ରୀ କହିଛନ୍ତି । ଏହା ବ୍ୟତୀତ ଅନ୍ୟ ୩ ନାଗରିକଙ୍କ ସଂପର୍କରେ ସୂଚନା ମିଳିପାରୁନାହିଁ । ତେବେ ସେମାନଙ୍କୁ ବନ୍ଧକ କରି ରଖାଯାଇନାହିଁ । ହେଲେ ଯୁଦ୍ଧ ସ୍ଥିତିରେ ସେମାନେ କେଉଁଠି ଫସିରହିଛନ୍ତି ସେନେଇ ଜଣାପଡ଼ୁନାହିଁ ବୋଲି ବ୍ରିଟେନ୍‌ର ଶକ୍ତି ମନ୍ତ୍ରୀ କ୍ଲାଇରେ କୋଟିନୋ କହିଛନ୍ତି । 

ଗତ ବୁଧାବାର ରାଫା ବର୍ଡ କ୍ରିସଂ ଖୋଲାଯାଇଥିବା ବେଳେ ଆହତ ପାଲେଷ୍ଟାଇନ ନାଗରିକ ଏବଂ ଦୁଇ ଦେଶର ନାଗରିକତ୍ବ ଥିବା ଲୋକେ ହିଁ ଏହି ପଥ ଦେଇ ଚାଲିଯିବାକୁ ଅନୁମତି ରହିଛି । ଯୁଦ୍ଧଗ୍ରସ୍ତ ଗାଜାରୁ ଲୋକମାନେ ଯଥାଶୀଘ୍ର ଚାଲିଯିବାକୁ ଚାହୁଁଥିବା ବେଳେ ରାଫା ବର୍ଡରେ ପ୍ରବଳ ଭିଡ଼ ଜମୁଥିବା ଜଣାପଡ଼ିଛି। ୭୦୦ ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ନେଇ ଇଜିପ୍ଟ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ବିଦେଶୀ ନାଗରିକଙ୍କୁ ରାଫା ବର୍ଡର ଦେଇ ଇଜିପ୍ଟ ଯିବା ଉପରେ ଗତ ଶନିବାର ରୋକ ଲଗାଇ ଦେଇଛି ହମାସ ଆତଙ୍କବାଦୀ ସଂଗଠନ । 

ଅଧିକରୁ ଅଧିକ ଆହତ ପାଲେଷ୍ଟାଇନ ନାଗରିକ ରାଫା ବର୍ଡର ଦେଇ ଯିବା ପରେ ହିଁ ଅନ୍ୟମାନେ ଯାଇପାରିବେ ବୋଲି କହିଛି ହମାସ । ଏଭଳି ସ୍ଥିତିରେ ୧୦୦ ବ୍ରିଟିଶ ନାଗରିକ ହିଁ ରାଫା ବର୍ଡର ପାରି ହେବାରେ ସମର୍ଥ ହୋଇଛନ୍ତି । ଆହୁରି ୨୦୦ ବ୍ରିଟିଶ ନାଗରିକ ଗାଜାରେ ଫସିରହିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ଲେବନନରୁ କେତେକ ଦୂତାବାସ କର୍ମଚାରୀ ଏବଂ ପରିବାର ସଦସ୍ୟଙ୍କୁ ଫେରାଇ ନେଇଛି ବ୍ରିଟେନ । ଇସ୍ରାଏଲ ଏବଂ ଦକ୍ଷିଣ ଲେବାନନ୍‌ ମଧ୍ୟରେ ଏୟାର ଷ୍ଟ୍ରାଇକ ଜୋରଦାର ହେଉଥିବା ଆଗକୁ ଆହୁରି ସ୍ଥିତି ବଢ଼ିବା ନେଇ ଆଶଙ୍କା କରି ବ୍ରିଟେନ୍‌ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

  • Israel Hamas war
  • Copyright © 2022 - Summa Real Media Private Limited. All Rights Reserved.