ପ୍ରମୂଖ ଖବର

ପିକଅପ୍ ସହ ୧୦୧କେଜି ଗଞ୍ଜେଇ ଜବତ ଓ ୩ଗିରଫ

ସୋନପୁର,୧୧/୯ : ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ସୋମବାର ସୋନପୁର ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗଞ୍ଜେଇ ଚୋରାଚାଲାଣରେ ବ୍ୟବହୃତ ଏକ ପିକଅପ ଗାଡ଼ି ଓ ଏକ ପାଇଲଟିଂ ବାଇକ ସହ ପିକଅପରୁ ୧୦୧କେଜି ୬ଶହ ଗ୍ରାମ ଓଜନର ଗଞ୍ଜେଇ ପୁଲିସ ଜବତ କରିଛି । 

ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ନେଦିପଦର ଗ୍ରାମର ସୁମନ୍ତ ରଣା(୨୪), ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ତିଳପଙ୍ଗା ଗ୍ରାମର ଅଙ୍ଗଦ ରଣା(୩୭) ଏବଂ ବାଉଶୁଣୀ ଥାନା ସାହୁପଡ଼ା ଗ୍ରାମର ଆକାଶ ବେହେରା । ତେବେ ଆକାଶ ପିକଅପ ଗାଡି ଚଳାଉଥିବାବେଳେ ପାଇଲଟିଂ ବାଇକରେ ସୁମନ୍ତ ଓ ଅଙ୍ଗଦ ଥିଲେ । ଏ ନେଇ ସୋନପୁର ଥାନାରେ ଆଜି ସାନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି ।  

ବିଶ୍ଵସ୍ତ ସୂତ୍ରରୁ ଖବରପାଇ ସ୍ଥାନୀୟ କୁଞ୍ଜ ଛକରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଟୁ ସୋନପୁର ଅଭିମୁଖେ ଆସୁଥିବା ଉକ୍ତ ଗଞ୍ଜେଇ ଥିବା ପିକଅପ୍ ଓ ପାଇଲଟିଂ ବାଇକ ପୁଲିସ ହାତରେ ଧରାପଡ଼ିଥିଲା । ଗିରଫ ୩ ଅଭିଯୁକ୍ତଙ୍କ ନାଁରେ ସୋନପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଏସପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.