ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ବି ଫିଟ୍‌ ଅଛନ୍ତି ୧୦୪ ବର୍ଷୀୟା ଯମଜ, ନିଜର ଦୀର୍ଘ ଜୀବନର ରହସ୍ୟ କହିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ ୧୧/୦୨: ଇଂଲଣ୍ଡର ଏଲ୍‌ମା ହାରିସ୍‌ ଓ ଥେଲ୍‌ମା ବ୍ୟାରେଟ୍‌ ଯମଜ ଭଉଣୀ । ଉଭୟ ୧୦୦ ବର୍ଷ ବୟସ ପାର କରିସାରିଲେଣି । ୧୯୧୯ ମସିହାରେ ଇଂଲଣ୍ଡର ଷ୍ଟକ୍‌ପୋର୍ଟଠାରେ ଉଭୟ ଜନ୍ମଗ୍ରହଣ କରିଥିଲେ । ଏବେ ସାଥୀ ହୋଇ କେୟାର ହୋମ୍‌ରେ ରହୁଛନ୍ତି । ଉଭୟଙ୍କ ବୟସ ୧୦୪ ବର୍ଷ । ୨ୟ ବିଶ୍ୱଯୁଦ୍ଧ ସମୟରେ ସେମାନଙ୍କ ବୟସ ୧୯ ବର୍ଷ ଥିଲା । ଅଦ୍ୟାବଧି ସେମାନେ ଦେଶରେ ୨୨ ପ୍ରଧାନମନ୍ତ୍ରୀଙ୍କ ଶାସନ ଏବଂ ରାଜ ପରିବାରରେ ୩ ରାଜ୍ୟାଭିଷେକ ଦେଖିଛନ୍ତି । ଏଲ୍‌ମା ଓ ଥେଲ୍‌ମା ଜୀବନକୁ ହାରାହାରି ସମାନ ଢଙ୍ଗରେ ବଞ୍ଚିଛନ୍ତି । 

୧୪ ବର୍ଷ ବୟସରେ ଦୁହେଁ ସ୍କୁଲ ପରେ ପାର୍ଟ ଟାଇମ୍‌ ଜବ୍‌ କଲେ । ୨୧ ବର୍ଷ ବୟସରେ ବିବାହ ପରେ ଚାକିରି ଛାଡ଼ିଲେ । ଉଭୟଙ୍କ ବିବାହ ୩ ମାସ ବ୍ୟବଧାନରେ ହୋଇଥିଲା । ଏବେ ଦୁହେଁ ନିଜର ଦୀର୍ଘ ଜୀବନର ରହସ୍ୟ କହିଛନ୍ତି । ଦୁହେଁ ପ୍ରତିଦିନ ରାତିରେ ବ୍ରାଣ୍ଡି ପିଅନ୍ତି । ଥେଲ୍‌ମା କହନ୍ତି ‘ଆମେ ପରସ୍ପରକୁ ଦେଖି କହୁ, କିଏ ଭାବିଥିଲା ଆମେ ଏହି ବୟସ ପର୍ଯ୍ୟନ୍ତ ବଞ୍ଚିବା? କିନ୍ତୁ ଆମେ ଏବେ ବି ବଞ୍ଚିଛୁ ।’ ଏଲ୍‌ମା ପ୍ରତି ରାତିରେ ବ୍ରାଣ୍ଡି ସହିତ ଲେମୋନେଡ୍‌ ପିଅନ୍ତି । ସେ କହିଛନ୍ତି ‘ଯଦି ଆପଣ ନିଜକୁ ଯୁବା ବୋଲି ଭାବିବେ, ତେବେ ଯୁବା ରହିବେ ।’ଯମଜ ହେବାର ସବୁଠୁ ବଡ଼ ଲାଭ ବିଷୟରେ ସେମାନେ କହିଛନ୍ତି, ଦୁହେଁ ପରସ୍ପର ପାଇଁ ସର୍ବଦା ଉପସ୍ଥିତ ଥାନ୍ତି । ଦୁହିଁଙ୍କୁ ଅନ୍ୟ କାହାର ଦରକାର ହୁଏ ନାହିଁ । ରାତିରେ ବାହାରେ ବୁଲାବୁଲି କରିବାକୁ ଦୁହେଁ ଭଲପାଆନ୍ତି । ନୂଆ ପୋଷାକ କିଣିବାକୁ ମଧ୍ୟ ଭଲପାଆନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.