ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୦୭ ବର୍ଷୀୟ ଆଥଲେଟ୍ ରାମବାଇଙ୍କ କମାଲ, ୨ଟି ସ୍ବର୍ଣ୍ଣ ପଦକ ଜିତିବା ପରେ ଏବେ ବିଦେଶ ମାଟିରେ ରଖିବେ ଦେଶର ଗୌରବ

ନୂଆଦିଲ୍ଲୀ,୧୦।୨:  ମନରେ ଜିତିବାର ଆଗ୍ରହ ଥିଲେ ବୟସ ମଧ୍ୟ ହାରମାନେ।  ହରିୟାଣାର ଚରଖି ଦାଦ୍ରିରେ ରହୁଥିବା ୧୦୭ ବର୍ଷର ରାମବାଇ ଏହାକୁ ପ୍ରମାଣିତ କରିଛନ୍ତି। ଉଡଣପରୀ ନାମରେ ପ୍ରସିଦ୍ଧ ରାମବାଇ ବର୍ତ୍ତମାନ ହାଇଦ୍ରାବାଦରେ ଆୟୋଜିତ ନ୍ୟାସନାଲ ପ୍ରତିଯୋଗିତାରେ ଦେଖାଇଛନ୍ତି ନିଜର କମାଲ। ଏହି ବୃଦ୍ଧ ଆଥଲେଟ୍‌ ଜଣକ ହରିୟାଣାର ପ୍ରତିନିଧିତ୍ବ କରି ୨ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। କେବଳ ସେତିକି ନୁହେଁ ରାମବାଇଙ୍କ ୬୫ ବର୍ଷୀୟ ଜିଅ ସନ୍ତରା ଦେବୀ ମଧ୍ୟ ଅଲଗା ଅଲଗା ବର୍ଗରେ ତିନୋଟି ସ୍ବର୍ଣ୍ଣ ପଦକ ଜତିଛନ୍ତି। ଉଲ୍ଲେଖନୀୟ ଯେ, ରାମବାଇ ନିଜର ପାସପୋର୍ଟ ତିଆରି କରି ନେଇଛନ୍ତି ଓ ବିଦେଶୀ ମାଟିରେ ସ୍ବର୍ଣ୍ଣ ପଦକ ଜିତି ଦେଶର ନାଁ ଉଜ୍ବଳ କରିବାକୁ ଚାହାନ୍ତି। 

ଉଲ୍ଲେଖନୀୟ ଯେ, ହାଇଦ୍ରାବାଦରେ ୮ ରୁ୧୧ ଫେବୃଆରୀ ପର୍ଯ୍ୟନ୍ତ ପଞ୍ଚମ ନ୍ୟାସନାଲ ମାଷ୍ଟର୍ସ ଆଥଲେଟିକ୍ସ ଚମ୍ପିଆନସିପ୍‌ର ଆୟୋଜନ କରାଯାଉଛି। ଏଥିରେ ସାରା ଦେଶର ବିଭିନ୍ନ ରାଜ୍ୟର ଖେଳାଳି ଭାଗ ନେଉଛନ୍ତି। ଏହି ପ୍ରତିଯୋଗିତାରେ ଚରଖି ଦାଦରି ଜିଲ୍ଲାର କାଦମା ଗାଁରେ ରହୁଥିବା ୧୦୭ ବର୍ଷୀୟ ବୟସ୍କ ମହିଳା ରାମବାଇ ୧୦୫ ବର୍ଷରୁ ଅଧିକ ବୟସ୍କ ବର୍ଗରେ ହରିୟାଣାରୁ ପ୍ରତିନିଧିତ୍ବ କରି ଡିସ୍‌କସ୍ ଥ୍ରୋ ଓ ସଟ୍‌ ପୁଟ୍‌ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଓ ୨ଟି ସ୍ବର୍ଣ୍ଣ ପଦ ଜିତିଛନ୍ତି। 

ରାମବାଇଙ୍କ ନାତୁଣୀ ଶର୍ମିଲା ସାଙ୍ଗଓ୍ବାନ କହିଛନ୍ତି, ନିକଟରେ ୬ ଓ ୭ ଫେବୃଆରୀରେ ରାଜସ୍ଥାନର ଅଲଓ୍ବରରେ ଆୟୋଜିତ ନେପାଳ ନ୍ୟାସନାଲ ଆଥଲେଟିକ୍ସ ପ୍ରତିଯୋଗିତାରେ ମଧ୍ୟ ତାଙ୍କ ଆଈ ସଫଳତା ହାସଲ କରିଛନ୍ତି। ସେ ଏହି ପ୍ରତିଯୋଗିତାରେ ୧୦୦ ମିଟର ରନିଂ, ସଟ୍ ପୁଟ୍ ଓ ଡିସକସ୍ ଥ୍ରୋରେ ତିନୋଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.