ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟ୍ରେନ୍‌ରେ ଚାଲାଣ ହେଉଥିଲା କଇଁଛ, ୪ ବ୍ୟାଗରୁ ୧୧୭ କଇଁଛ ଜବତ କଲା ଆର୍‌ପିଏଫ୍‌

ଭୁବନେଶ୍ୱର, ୧।୫: ଭୁବନେଶ୍ୱର ରେଳବାଇ ସୁରକ୍ଷା ବଳ (ଆର୍‌ପିଏଫ୍‌) ମଙ୍ଗଳବାର ଉତ୍କଳ ଏକ୍ସପ୍ରେସ୍‌ରେ କଇଁଛ ଚୋରା ଚାଲାଣ ଗ୍ୟାଙ୍ଗକୁ କାବୁ କରିଛି । ୧୧୭ଟି କଇଁଛ ଜବତ କରିଛି । ଜଣେ ମହିଳା ସମେତ ୪ଜଣ ତସ୍କରଙ୍କୁ କାବୁ କରିଛି । ସେମାନେ ହେଲେ ପଶ୍ଚିମବଙ୍ଗ ପଶ୍ଚିମ ମେଦିନାପୁର ଜିଲ୍ଲା ବେଲଦା ଅଞ୍ଚଳର ଅଜୟ ମୋହନା, ବିମଲ ସିଟ୍‌, ସୁବାଶିଷ ପରିଡ଼ା ଓ ସୁଷମା ବାରିକ । ଆର୍‌ପିଏଫ୍‌ ଟିମ୍‌ ୧୧୭ କଇଁଛକୁ ମଞ୍ଚେଶ୍ୱରସ୍ଥିତ ଫରେଷ୍ଟ ରେଞ୍ଜ ଅଧିକାରୀଙ୍କୁ ହସ୍ତାନ୍ତର କରିଛି । ୪ଜଣ ଅଭିଯୁକ୍ତଙ୍କ ବିରୋଧରେ ସିଟି ଫରେଷ୍ଟ ଡିଭିଜନ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି । ସେମାନଙ୍କ ବିରୋଧରେ ବନ୍ୟଜନ୍ତୁ (ସୁରକ୍ଷା) ଆଇନ୍‌୧୯୭୨ ସେକ୍ସନ ୯, ୩୯, ୪୩, ୪୯ ବି(୨), ୫୧ ଓ ପଶୁ ହିଂସା ନିରୋଧ ଆଇନ୍‌- ୧୯୬୦ର ସେକ୍ସନ ୨୨ ଲଗାଯାଇଛି । 

ସୂଚନା ମୁତାବକ, ଗତକାଲି ରାତି ସାଢ଼େ ୯ଟାରେ ଉତ୍କଳ ଏକ୍ସପ୍ରେସରେ କିଛି ତସ୍କର କଇଁଛ ଚାଲାଣ କରୁଥିବା ନେଇ ଆର୍‌ପିଏଫ୍‌ ଟିମ୍‌ ଖବର ପାଇଥିଲା । ଏକ୍ସପ୍ରେସର ସାଧାରଣ ବଗିରେ ଯାଞ୍ଚ ବେଳେ ୪ଜଣ ତସ୍କରଙ୍କ ଗତିବିଧି ନେଇ ସନ୍ଦେହ ଉପୁଜିଥିଲା । ସେମାନେ ସିଟ୍‌ ତଳେ ରଖିଥିବା ୪ଟି ବ୍ୟାଗ୍‌କୁ ଯାଞ୍ଚ କରିବା ବେଳେ ୧୧୭ଟି କଇଁଛ ମିଳିଥିଲା । ସେମାନଙ୍କୁ ପଚରାଉଚରାରୁ ଜଣାପଡ଼ିଥିଲା ୪ ଜଣ ତସ୍କର ବେଲ୍‌ଦାରୁ ଧଉଳି ଏକ୍ସପ୍ରେସ ଯୋଗେ ଆସି ସାକ୍ଷୀଗୋପାଳରେ ଓହ୍ଲାଇଥିଲେ । ରେଳଷ୍ଟେସନରୁ ତାଳଚେର- ପୁରୀ ପାସେଞ୍ଜର ଟ୍ରେନ୍‌ ଯୋଗେ ବୀରପୁରୁଷୋତ୍ତମପୁର ଯାଇଥିଲେ । ସେଠାକାର ନରେନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କଠୁ ୭,୨୦୦ ଟଙ୍କାରେ କଇଁଛ କିଣିଥିଲେ । ଉତ୍କଳ ଏକ୍ସପ୍ରେସ୍‌ରେ କଇଁଛକୁ ନେଇ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ବିକିବାକୁ ଯାଉଥିଲେ । କଇଁଛ ବିକିଥିବା ନରେନ୍ଦ୍ରକୁ ଧରିବାକୁ ବନ ବିଭାଗ ଖୋଜାଖୋଜି ଆରମ୍ଭ କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.