ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସ୍ତ୍ରୀକୁ ପୋଡ଼ି ହତ୍ୟା ମାମଲା : ସ୍ବାମୀକୁ ୧୩ ବର୍ଷ ୬ମାସ ଜେଲ

ବ୍ରହ୍ମପୁର,୨୯।୧୧ : ଅଧିକ ଯୌତୁକ ପାଇଁ ସ୍ତ୍ରୀ ଦେହରେ କିରୋସିନି ଢାଳି ତାଙ୍କୁ ପୋଡି ହତ୍ୟା କରିବା ମାମଲାର ରାୟ ପ୍ରକାଶ କରିଛନ୍ତି ଵ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)-୩ ରାଜକୁମାର ଦାଶ। ଅଭିଯୁକ୍ତ ସ୍ୱାମୀ ଜରଡ଼ା ଥାନ ଅନ୍ତର୍ଗତ ନନ୍ଦୀଗାଁ ର ବୈରାଗୀ ନାଇକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତକୁ ୧୩ ବର୍ଷ ୬ମାସ ଜେଲ ଦଣ୍ଡ ଶୁଣାଇଛନ୍ତି । ସେହିପରି ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ହୋଇଛି । ଜରିମାନା ଅନାଦେୟ ଅତିରିକ୍ତ ୩ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ଜଜ ରାୟରେ ଉଲ୍ଲେଖ କରିଛନ୍ତି।

 ଘଟଣାରୁ ପ୍ରକାଶଯେ, ବୈରାଗୀ ନାଇକ ୨୦୧୨ ମସିହାରେ ଜରଡ଼ା ଥାନା ଅନ୍ତର୍ଗତ ତଣ୍ଡିପୁର ଗ୍ରାମର ସ୍ବପ୍ନା ନାଇକଙ୍କୁ ବିବାହ କରିଥିଲେ । ହେଲେ ବିବାହର କିଛି ଦିନ ପରେ ଅଭିଯୁକ୍ତ ଅଧିକ ଯୌତୁକ ଦାବି କରି ନିଜ ସ୍ତ୍ରୀ ସ୍ବପ୍ନାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ମାରପିଟ କରୁଥିଲେ । ୨୦୧୫ ଅଗଷ୍ଟ ୨୪ ତାରିଖରେ ବୈରାଗୀ ନିଜ ସ୍ତ୍ରୀ ସ୍ବପ୍ନାଙ୍କୁ ମୁଣ୍ଡକୁ ପ୍ରଥମେ ଆକ୍ରମଣ କରି ତାଙ୍କୁ ଚେତାଶୂନ୍ୟ କରିଦେଇଥିଲେ । ଏହାପରେ ଘର ଭିତରେ ତାଙ୍କ ଶରୀରରେ କିରାସିନି ଢାଲି ନିଆଁ ଲଗାଇ ଦେଇଥିଲେ। ପରେ ସ୍ତ୍ରୀ ନିଆଁରେ ପୋଢି ହୋଇଗଲା ବୋଲି ଅଭିନୟ କରିବା ସହ ତାଙ୍କୁ ଉଦ୍ଧାର କରିବା ବେଳେ ସେ ମଧ୍ୟ ଆହତ ହୋଇଯାଇଥିଲେ। ଏଥିରେ ସ୍ବପ୍ନା ଗୁରୁତର ଭାବେ ଆହତ ହେବା ସହ ତାଙ୍କ ଶରୀରର ଶତକଡା ୭୦ ଭାଗ ପୋଡି ଯାଇଥିଲା । ଏହି ଘଟଣାରେ ଅଭିଯୁକ୍ତ ବୈରାଗୀ ମଧ୍ୟ ଆହତ ହୋଇଥିଲେ । ତେବେ ସ୍ବାପ୍ନାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । 

ଏପଟେ ବୈରାଗୀଙ୍କ ଚିକିତ୍ସା ଡାକ୍ତରଖାନାରେ ଚାଲୁ ରହିଥିଲା। ଘଟଣାକୁ ନେଇ ସ୍ବପ୍ନାଙ୍କ ମାଆ ଏସ. ରାଧା ଜରଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ବୈରାଗୀ ଡାକ୍ତରଖାନାରୁ ସୁସ୍ଥ ହେବା ପରେ ପୋଲିସ ୨୦୧୫ ଅକ୍ଟୋବର ୪ ତାରିଖରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତତ୍କାଳୀନ ଜରଡ଼ା ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ସୁଜିତ ନାୟକ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। କୋର୍ଟରେ ମାମଲାର ବିଚାରଣା ବେଳେ ମୋଟ ୨୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା ।ଗିରଫ ପରଠାରୁ ଅଭିଯୁକ୍ତ ବୈରାଗୀ ଵ୍ରହ୍ମପୁର ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ରହିଥିଲେ। ରାୟ ପ୍ରକାଶ ବେଳେ ତାଙ୍କ ଜେଲରୁ କଢ଼ା ସୁରକ୍ଷା ରେ ଅଣାଯାଇ କୋର୍ଟରେ ହାଜର କରାଯାଇଥିଲା। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ମିଳିଥିବାରୁ ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡର ଅତିରିକ୍ତ ପିପି ବିକ୍ରମ କୁମାର କୁଣ୍ଡ ମକଦ୍ଦମା ପରିଚାଳନା କରୁଥିଲେ।

ଆହୁରି ପଢନ୍ତୁ :୪ ବର୍ଷ ପରେ ଧରାପଡିଲା ଅଭିଯୁକ୍ତ : ଛାଡ଼ଖାଇରେ ଘରକୁ ଆସିଥିଲା, ମାଡ଼ି ବସିଲା ପୋଲିସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.