ପ୍ରମୁଖ ଖବର
  • ଜେଲରେ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, କଟକ ବଡ ମେଡିକାଲରେ ଭର୍ତ୍ତି
  • ||
  • ବଡ଼ଚଣା : ହାଇୱାକୁ ଧକ୍କା ଦେଲା ବସ୍, ଜଣେ ମୃତ ୧୦ରୁ ଅଧିକ ଆହତ
  • ||
  • ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା, ବଜାର ମୂଲ୍ୟ ୭୦ଲକ୍ଷରୁ ଅଧିକ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାଲେଶ୍ଵର, ବାରିପଦା, ଓ କେନ୍ଦ୍ରାପଡ଼ାରେ କରିବେ ପ୍ରଚାର
  • ||
  • ଭୁବନେଶ୍ଵର : କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଖଡଗେ, ଆସନ୍ତାକାଲି ସିମୁଳିଆରେ ରାହୁଲଙ୍କ ସମାବେଶ
  • ||
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

ସିଏଏ ଅଧୀନରେ ମିଳିଲା ନାଗରିକତା, ୧୪ ଜଣ ପାଇଲେ ପ୍ରମାଣପତ୍ର

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଅନୁଯାୟୀ ୩୦୦ ଜଣଙ୍କୁ ଭାରତର ନାଗରିକତା ମିଳିଛି । ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ସିଏଏରେ ନାଗରିକତା ମିଳିଥିବା ନେଇ ପ୍ରମାଣପତ୍ର ଦିଆଯାଇଛି । ଏନେଇ ମେ ୧୫ (ବୁଧବାର)ରେ ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି । ସିଏଏରେ ୧୪ ଜଣଙ୍କୁ ଭାରତୀୟ ନାଗରିକତା ପ୍ରମାଣପତ୍ର ପ୍ରଦାନ କରାଯାଇଛି । ନାଗରିକତା ସଂଶୋଧନ ଆଇନ୍ ଲାଗି ୨୦୨୪ରେ ବିଜ୍ଞପ୍ତି ଜାରି ହେବା ପରେ ପ୍ରଥମ ଥର ନାଗରିକତା ପ୍ରମାଣପତ୍ର ବିତରଣ କରାଯାଇଛି । 

 କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ନୂଆଦିଲ୍ଲୀରେ ଆବେଦକଙ୍କୁ ପ୍ରମାଣପତ୍ର ଦେଇଛନ୍ତି । ଏହି ସମୟରେ ଅଜୟ ଭଲ୍ଲା ଆବେଦକଙ୍କୁ ଧନ୍ୟବାଦ ଦେବା ସହ ସିଏଏରେ ଥିବା ପ୍ରମୁଖ ପ୍ରସଙ୍ଗ ଉପରେ କହିଥିଲେ । ସୂଚନାଯୋଗ୍ୟ, ଭାରତ ସରକାର ୧୧ ମାର୍ଚ୍ଚ ୨୦୨୪ରେ ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ବିଜ୍ଞପ୍ତି ଜାରି କରିଥିଲେ ।

 ଏହି ନିୟମ ଅନୁସାରେ, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କୁ ଭାରତର ନାଗରିକତା ମିଳିବ । ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ୩୧.୧୨.୨୦୧୪ ପର୍ଯ୍ୟନ୍ତ ଭାରତ ଚାଲିଆସିଥିବା ଉପରୋକ୍ତ ୩ଟି ଦେଶର ସଂଖ୍ୟାଲଘୁଙ୍କୁ ନାଗରିକତା ଦେବା ଲାଗି ସିଏଏ ଲାଗୁ ହୋଇଛି । 


 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.