ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଅବକାରୀ ବିଭାଗ ଦ୍ୱାରା ବାଇକ୍ ସହ ୧୪କେଜି ଗଞ୍ଜେଇ ଜବତ, ୨ ଗିରଫ

ଫିରିଙ୍ଗିଆ, ୨୯/୧ : ଅବକାରୀ ବିଭାଗ ମୋବାଇଲ ଟିମ୍ ଏକ ନମ୍ବର ବିହୀନ ବାଇକ୍ ୧୪କେଜି ଗଞ୍ଜେଇ ସହ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିବାରେ ସଫଳ ହୋଇଛି l ଅବକାରୀ ମୋବାଇଲ ଟିମର ଇନ୍ସପେକ୍ଟର ଭବାନୀ ଶଙ୍କର ସେଠୀଙ୍କ ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅଞ୍ଚଳର ନୂଆପଦର ପଞ୍ଚାୟତ ବିଲୁପଦର ଗାଁର ୨ ଜଣ ଗଞ୍ଜେଇ ମାଫିଆ ଶୁଭଙ୍କର ସାହାଣୀ ଓ ବାରିକ ଦିଗାଲ ଏକ ନମ୍ବର ବିହୀନ ବାଇକରେ ଗୋଟିଏ ଅଖାରେ ଗଞ୍ଜେଇ ଭର୍ତ୍ତି କରି ନୂଆ ପଦର ଅଞ୍ଚଳରୁ ଭଞ୍ଜନଗରକୁ ଗଞ୍ଜେଇ ଚାଲାଣ କରିଥିଲେ l 

ତେବେ ଅବକାରୀ ବିଭାଗର ମୋବାଇଲ ୟୁନିଟ ଟିମ୍ କସା କାଠି ଛକରେ ସେମାନଙ୍କୁ ଅଟକାଇବା ସହ ୧୪କେଜି ଗଞ୍ଜେଇ ନମ୍ବର ବିହୀନ ବାଇକ ଜବତ କରିବା ସହ ୨ଜଣ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିଥିଲେ l ଅବକାରୀ ମୋବାଇଲ ଟିମରେ ଇନ୍ସପେକ୍ଟର ଭବାନୀ ଶଙ୍କର ସେଠିଙ୍କ ସହ ଏଏସଆଇ ସୁଜିତ ମୁଦୁଲି, ସଦାଶିବ ରଣା, ସୁଜିତ ରଣା ସାମିଲ ଥିଲେ l ତେବେ ଏହି ଘଟଣାରେ ଅବକାରୀ ବିଭାଗରେ କେଶ ନଂ୧୮୨/ ୨୪ରେ ଏକ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ରୁଜୁ କରିଥିବାବେଳେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି l

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.