ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

କୋଇଲା ବେପାରକୁ ନେଇ ଗର୍ଜନବାହଲରେ ଗର୍ଜିଲା ଗୁଳି, ୧୭ଜଣକୁ ଅଟକ ରଖି ପଚରାଉଚରା

ସୁନ୍ଦରଗଡ଼,୫/୭ :   କୋଇଲା ବେପାରକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ । ଶହେ ରାଉଣ୍ଡରୁ ଊର୍ଦ୍ଧ୍ବ ଫାଙ୍କା ଗୁଳି ଚାଳନା । ଏହି ଘଟଣାରେ ୧୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । 

ପ୍ରକାଶ ଯେ, ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଗର୍ଜନବାହଲ ନିକଟରେ ଥିବା କୋଲ ଓ୍ବସେରିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ସହ ଫାଙ୍କା ଗୁଳି ଚାଳନା । ଏହି ଘଟଣାରେ ପୋଲିସ ୧୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଜଣେ ଗୁରୁତର ଆଉ କିଛି ଦୃର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ କରୁଥିବା ବେଳେ କନିକା ରେଳ ଫାଟକ ପାଖରେ ଉପରକୁ ଫାଙ୍କା ଗୁଳି କରି ଫେରାର ହୋଇଯାଇଥିଲେ । 

ଏସପିଙ୍କ ନେତୃତରେ ୧୫ଜଣିଆ ଟିମ୍ ଗଠନ କରାଯାଇ ଏହି ଘଟଣାର ତଦନ୍ତ କରାଯାଇଛି । ଘଟଣାସ୍ଥଳରେ ୫ପ୍ଲାଟୁନୁ ପୋଲିସ   ମୁତୟନ କରାଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଂଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.