ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜିଠୁ ପ୍ରଥମ ସୋଆ ଅନ୍ତର୍ଜାତୀୟ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍, ଭାଗ ନେବେ ୯ ଗ୍ରାଣ୍ଡମାଷ୍ଟର, ୨୪ ଇଣ୍ଟରନ୍ୟାସନାଲ୍‌ ମାଷ୍ଟର

ଭୁବନେଶ୍ୱର, ୨୮।୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସହଯୋଗରେ ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏସନ୍‌ (ଏଓସିଏ) ଆନୁକୂଲ୍ୟରେ ଆଜିଠୁ ଆରମ୍ଭ ହେଉଛି ପ୍ରଥମ ସୋଆ ଅନ୍ତର୍ଜାତୀୟ ଗ୍ରାଣ୍ଡ୍‌ ମାଷ୍ଟର୍ସ ଚେସ୍‌ ଟୁର୍ଣ୍ଣାମେଣ୍ଟ । ଏଥିରେ ୯ଜଣ ଗ୍ରାଣ୍ଡମାଷ୍ଟର, ୨୪ଜଣ ଇଣ୍ଟରନ୍ୟାସନାଲ୍‌ ମାଷ୍ଟର ଭାଗ ନେବେ । ୮ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୪ଟି ଦେଶରୁ ୮୦୦ ଖେଳାଳି ୩ଟି ବର୍ଗ (ଏ, ବି, ସି’)ରେ ଅଂଶଗ୍ରହଣ କରିବେ ବୋଲି ଏଓସିଏର ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟର ୩ଜଣ ଟପ୍‌ ସିଡ୍‌ ଖେଳାଳି ହେଲେ ଭାରତର ଦୀପ୍ତାୟନ ଘୋଷ, ଆରଣ୍ୟକ ଘୋଷ ଏବଂ ଇଜିପ୍ଟର ଫଜି ଅଧମ । ଟୁର୍ଣ୍ଣାମେଣ୍ଟରେ ମୋଟ ପୁରସ୍କାର ରାଶି ୩୫ ଲକ୍ଷ ରଖାଯାଇଛି । ଏ’ ବର୍ଗ ପାଇଁ ୨୦ଲକ୍ଷ, ବି’ ଓ ସି’ ବର୍ଗ ପାଇଁ ୭ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.