ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ମଙ୍ଗଳବାରଠୁ ପ୍ରଥମ ଶ୍ରେଣୀ ନାମଲେଖା ଆରମ୍ଭ, ପ୍ରକାଶ ପାଇବ ପ୍ରଥମରୁ ନବମ ଶ୍ରେଣୀ ରେଜଲ୍ଟ

Published By : Prameya | April 2, 2024 8:54 AM

ଭୁବନେଶ୍ୱର,୦୨/୦୪: ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ସ୍କୁଲ୍‌ରେ ମଙ୍ଗଳବାରଠୁ ପ୍ରଥମ ଶ୍ରେଣୀ ନାମଲେଖା ଆରମ୍ଭ ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସ ଦ୍ୱନ୍ଦ୍ୱକୁ ଦୂର କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ । ପୂର୍ବରୁ ଜାରି ଚିଠିକୁ ପୁଣି ଥରେ ସମସ୍ତ ପ୍ରଧାନଶିକ୍ଷକଙ୍କୁ ଲାଗୁ କରିବାକୁ ସିଆର୍‌ସିସି ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି । 

ସୋମବାର ସିଆରିସିସିମାନେ ନିଜର ସ୍କୁଲ ଗ୍ରୁପମାନଙ୍କରେ ଗତ ବର୍ଷର ଚିଠିକୁ ସେୟାର କରି ଏହି ନିୟମ ଅନୁସାରେ ନାମଲେଖାଇବାକୁ କହିଛନ୍ତି । ଏହି ଚିଠି ଅନୁସାରେ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ବୟସ ସୀମା ୫ରୁ ୭ ବର୍ଷ ରଖାଯାଇଛି । ସେହିପରି ପ୍ରି-ପ୍ରାଇମେରୀ ସ୍କୁଲ୍‌ ନାମଲେଖା ପାଇଁ ବୟସସୀମା ୩ରୁ ୫ ବର୍ଷ ରଖାଯାଇଛି । ଆସନ୍ତାକାଲି ପ୍ରଥମରୁ ନବମ ଶ୍ରେଣୀ ସମେଟିଭ୍‌ ଆସେସ୍‌ମେଣ୍ଟ (ଏସ୍‌ଏ)-୨ ରେଜଲ୍ଟ ପ୍ରକାଶ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.