ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ୨ ଗିରଫ, କାର ଜବତ

ଖଲ୍ଲିକୋଟ ୧୭/୦୯ ; ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତ ର କମାର ସିଙ୍ଗି ଗ୍ରାମ ନିକଟରେ ବାକୁଟୁ ଗାଁ ର ଆଲୋକ ସାହୁ ଙ୍କ ଗୋଡ଼ କୁ ଖଣ୍ଡା ରେ ହାଣିବା ସହ ପେଟ କୁ ଛୁରୀ ଭୁସିଥିଲେ ଏବଂ ହାତ କୁ ପଥର ରେ ଛେଚି ଦେଇଥିଲେ ଦୁର୍ବୁତ୍ତ । ରାସ୍ତା କାମ ରେ ଦାଦାବଟି କୁ କେନ୍ଦ୍ର କରି ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିବା ପୋଲିସ ତଦନ୍ତ ରୁ ଜଣାପଡିଥିଲା ।ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବାକୁଟୁ ଗାଁ ର ଶ୍ରୀକାନ୍ତ ମଲ୍ଲିକ ଓରଫ ବବୁଲୁ ଏବଂ ତାର ସହଯୋଗୀ ସନ୍ତୋଷ ପ୍ରଧାନ ଓରଫ ବାବୁଙ୍କୁ  ପୋଲିସ ଆଜି ପେଣ୍ଡୁରାପଲ୍ଲୀ ଗ୍ରାମ ନିକଟରୁ ଗିରଫ କରିଥିବା ଜଣାପଡ଼ିଛି । ସେମାନଙ୍କ ଠାରୁ ଏକ କାର ନମ୍ବର ଓଡ଼ି ୩୩ ଏଜି ୧୯୮୭ କୁ ଜବତ କରିଛି ।ଏହି ଘଟଣା ରେ ପୂର୍ବରୁ ସେହି ବାକୁଟୁ ଗାଁ ର ରାଜୀବ ପଲେଇ ଓ ପ୍ରଭାତ ପଲେଇ ନାମକ ଦୁଇ ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିବା ରୁ ଗିରଫ ସଂଖ୍ୟା ୪ ରେ ପହଞ୍ଚିଛି ।

 ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାକୁଟୁ ଗାଁର ଆଲୋକ ସାହୁ ଓ କାର୍ତ୍ତିକ ନାହାକ ଗତ ଏପ୍ରିଲ ମାସ ୭ ତାରିଖରେ ଏକ ବାଇକ ଯୋଗେ ବାଦପଲ୍ଲୀ ରୁ ନିଜ ଗାଁ କୁ ଫେରୁଥିବା ବେଳେ କମାର ସିଙ୍ଗି ଗ୍ରାମ ନିକଟରେ ପୂର୍ବରୁ ଛକି ରହିଥିବା କିଛି ଯୁବକ ଖଣ୍ଡା, ଛୁରି ଓ ପଥର ଯୋଗେ ଆକ୍ରମଣ କରିଥିଲେ । ଆଲୋକ ର ଗୋଡ଼ କୁ ଖଣ୍ଡା ରେ ହାଣିବା ସହ ଛୁରୀ ରେ ପେଟ କୁ  ଭୁସି ଦେଇଥିଲେ । ବାମ ପଟ ହାତ କୁ ମଧ୍ୟ ପଥର ରେ ଛେଚି ଦେଇଥିଲେ । ସେପଟେ ଆଲୋକ କୁ ଛାଡ଼ି ପ୍ରାଣ ବିକଳରେ ନିଜ ଜୀବନକୁ ବଞ୍ଚାଇ କାର୍ତ୍ତିକ ଦୌଡ଼ି ପଳାଇ ଯାଇଥିଲା । ପରେ ଖବର ପାଇ ଗ୍ରାମର କିଛି ଯୁବକ ଘଟଣା ସ୍ଥଳରେ ପହଂଚି ଗୁରୁତର ଆହତ ଅବସ୍ଥାରେ ଆଲୋକ କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଆସିଥିଲେ । କିନ୍ତୁ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ଆକ୍ରମଣ ପରେ ଘଟଣା ସ୍ଥଳ ରୁ ସମସ୍ତ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ । ଖବର ପାଇ ଭେଜିପୁଟ ଫାଣ୍ତି ଅଧିକାରୀ ଦେବାଶିଷ ମିଶ୍ର ଘଟଣା ସ୍ଥଳ କୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ରାସ୍ତା କାମ ରେ ଦାଦାବଟି ମାଗିବାକୁ କେନ୍ଦ୍ର କରି ଏହି ମରଣାନ୍ତକ ଆକ୍ରମଣ ହୋଇଥିବା ଏବଂ ଏଥିରେ ୭ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲେ ।ପୂର୍ବରୁ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତ ବବୁଲୁ ସମେତ ଦୁଇ ଜଣ ଙ୍କୁ ଗିରଫ କରାଯାଇଛି ।ଆଉ ତିନି ଜଣ ଅଭିଯୁକ୍ତ ଫେରାର ଥିବା କହିଛନ୍ତି ତଦନ୍ତ କାରୀ ଅଧିକାରୀ ଦେବାଶିଷ ମିଶ୍ର । 

ଆହୁରି ପଢନ୍ତୁ : ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ : ମାମୁଁ ମୃତ, ଭଣଜା ଆହତ

 

Copyright © 2022 - Summa Real Media Private Limited. All Rights Reserved.