ମୋହନା, ୧୯/୦୩ : ବ୍ରିଜ୍ରୁ ୨୦ ଫୁଟ ତଳକୁ ଖସିଲା ବାଇକ୍। ୨ ବାଇକ୍ ଆରୋହୀ ମୃତ। ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଛେଳିଗଡ଼ ନିକଟସ୍ଥ ବିଦ୍ୟୁତ ସବଷ୍ଟେସନ ବ୍ରିଜ୍ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ହେଲେ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିର ମଣ୍ଟୁ ପାଳ ଓ ଟୁକୁନା ସିଂ।
ସୂଚନାନୁଯାୟୀ, ମଙ୍ଗଳବାର ମଧ୍ୟାହ୍ନରେ ଛେଳିଗଡ଼ର ମଣ୍ଟୁ ଓ ଟୁକୁନା ଗୋଟିଏ ବାଇକ୍ରେ ନିକଟସ୍ଥ ଡୁମ୍ବା ଗାଁ ପଟକୁ ଯାଉଥିଲେ। ଏହି ସମୟରେ ବିଦ୍ୟୁତ ସବଷ୍ଟେସନ ନିକଟରେ ଥିବା ବ୍ରିଜରେ ଭାରସାମ୍ୟ ହରାଇ ବାଇକ୍ଟି ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ମଣ୍ଟୁ ଓ ଟୁକୁନାଙ୍କୁ ମୃତ ଘୋଷଣା କରିଛନ୍ତି।