ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମୁଣ୍ଡ ଉପରେ ଛିଣ୍ଡି ପଡିଲା ତାର, ଚାଲିଗଲା ୨ ଜଣଙ୍କ ଜୀବନ

କଳାହାଣ୍ଡି, ୧୯/୦୨: ନୂଆ କୁଣିଆଙ୍କୁ ବାଟୋଇ ଦେବାକୁ ଯିବା ବେଳେ ଅଘଟଣ। ମୁଣ୍ଡ ଉପରେ ଛିଣ୍ଡି ପଡିଲା ତାର। ଚାଲିଗଲା ୨ ଜଣଙ୍କ ଜୀବନ। ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଦାନିକାପେଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। 

ସୂଚନାନୁଯାୟୀ, ଲାଞ୍ଜିଗଡ ବ୍ଲକ ଦାନିକାପେଲ ଗାଁର ଡଙ୍ଗେ ମାଝୀ ଏବଂ ଟିଙ୍ଗୁ ମାଝୀଙ୍କ ଘରକୁ ପାଖ ଗାଁରୁ କାଙ୍ଗା ମାଝୀ ନାମକ ଜଣେ ବ୍ୟକ୍ତି ନୂଆ କୁଣିଆ ହୋଇ ଆସିଥିଲେ। ସେ ଯିବା ବେଳେ ଡଙ୍ଗେ ମାଝୀ ଏବଂ ଟିଙ୍ଗୁ ମାଝୀ ତାଙ୍କୁ ବାଟୋଇ ଦେବାକୁ ଯାଇଥିଲେ। କିନ୍ତୁ ବାଟରେ ସେମାନଙ୍କ ଉପରେ ଏକ ୧୧ କେଭି ତାର ଛିଣ୍ଡି ପଡିଥିଲା। ଫଳରେ ୩ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ବିଶ୍ୱନାଥପୁର ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ କାଙ୍ଗା ମାଝୀ ଓ ଟିଙ୍ଗୁ ମାଝୀଙ୍କୁ ମୃତ ଘୋଷଣା କରିଥିଲେ। ଡଙ୍ଗେଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ଏଭଳି ଘଟିଥିବା କୁହାଯାଉଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.