ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା କାର : ୨ମୃତ , ଜଣେ ଆହତ

ପଦ୍ମପୁର,୨୫।୬ : ପାଇକମାଳ ଥାନା ଅନ୍ତର୍ଗତ ମଳଦା ନିକଟରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।  ଏଥିରେ  ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ  ହୋଇଛି।  ଆହତଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ନୂଆପଡା ପଟରୁ ଦ୍ରୁତ ଗତିରେ ଏକ କାର ଆସୁଥିଲା। ପାଇକମାଳ ଥାନା ଅନ୍ତର୍ଗତ ମଳଦା ନିକଟରେ କାରଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । କାରରେ ତିନିଜଣ ଯାଉଥିଲେ । ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ମେଡ଼ିକାଲରେ ମୃତ୍ୟୁ ହୋଇଛି I ଅନ୍ୟ ଜଣେ  ଗୁରୁତର ଅବସ୍ଥାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.