ଯାଜପୁର,୯।୧୧ : ଯାଜପୁର ୨୦ ନଂ ଜାତୀୟ ରାଜପଥ ବରୁହାଁ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକକୁ ଟ୍ୟାଙ୍କର ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ମୃତକମାନେ ସମସ୍ତେ ଯାଜପୁର ବ୍ଲକ ଶାସନ ବିରୁ ହଁ ଗ୍ରାମର ବୋଲି ଜଣା ପଡ଼ିଛି।
ଯାଜପୁର ୨୦ ନଂ ଜାତୀୟ ରାଜପଥ ବରୁହାଁ ଛକନିକଟ ରେ ବାଇକ୍କୁ ଏକ ଟ୍ୟାଙ୍କର ଗାଡ଼ି ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣେ ଯୁବକର ମୃତ୍ୟୁ ଘଟିଥିଲା। ତେବେ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଗୁରୁତର ଆହତ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଆହୁରି ପଢନ୍ତୁ : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ