ଦାରିଙ୍ଗବାଡି, ୩/୪ : ବେଆଇନ ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ମହାଗୁଡି ଗ୍ରାମର ନିରଞ୍ଜନ କପାଟପାତ୍ର ।
ବିଶେଷ ସୂତ୍ରରୁ ପୋଲିସ ଖବର ମଙ୍ଗଳବାର ଦିନ ଥାନା ଅଧିକାରୀ ଚିରଞ୍ଜିବୀ ବେହେରା ଙ୍କ ସମେତ ପୋଲିସ ଫୋର୍ସ ନିରଞ୍ଜନଙ୍କ ଘରେ ଚଢଉ କରିଥିଲେ। ଚଢଉ କରି ଘରେ ଯାଞ୍ଚ କରିବା ସମୟରେ ନିରଞ୍ଜନଙ୍କ ଘରୁ ଦୁଇଟି ଦେଶୀ ବନ୍ଧୁକ ପୋଲିସ ଜବତ କରିବା ସହ ନିରଞ୍ଜନ ଙ୍କୁ ଗିରଫ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ଫସଲକୁ ବନ୍ୟ ଜୀବଜନ୍ତୁମାନଙ୍କ ଦାଉରୁ ରକ୍ଷାକରିବା ପାଇଁ ବନ୍ଧୁକ ରଖିଥିଲେ ନିରଞ୍ଜନ । ବ୍ରାହ୍ମଣୀଗାଁ ପୋଲିସ୍ ଏନେଇ ମାମଲା ରୁଜୁ କରି ନିରଞ୍ଜନ ଙ୍କୁ କୋର୍ଟ ଚାଲାଣ କରିଛି।