ହାଇଦ୍ରାବାଦ, ୦୬/୧୧: ସୋମବାର ସକାଳେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଦୁର୍ଘଟଣା ଘଟିଛି । ବସ୍ ଟର୍ମିନାଲର ପ୍ଲାଟଫର୍ମକୁ ଏକ ସରକାରୀ ବସ୍ ଚଢ଼ିଯିବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ବିଜୟୱାଡ଼ାର ପଣ୍ଡିତ ନେହରୁ ବସ୍ ଷ୍ଟାଣ୍ଡରେ ଏହି ଅଘଟଣ ଘଟିଛି । ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ ମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି । ୨ ମୃତକଙ୍କ ପରିବାର ବର୍ଗକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଇଡ୍ ବାତିଲ୍ କରି ୨୩ ଲକ୍ଷ ପାଇଲେ ୭୦ ବର୍ଷୀୟ ଉବର ଚାଳକ
କିଭଳି, କେଉଁ ପରିସ୍ଥିତିରେ ସରକାରୀ ବସଟି ପ୍ଲାଟଫର୍ମ ଉପରକୁ ଚଢ଼ି ୫ ଜଣଙ୍କ ଉପରେ ମାଡ଼ିଗଲା ତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୋମବାର ସକାଳ ପ୍ରାୟ ୮ଟା ୨୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ପଣ୍ଡିତ ନେହରୁ ବସ୍ ଟର୍ମିନାଲର ୧୨ ନମ୍ବର ପ୍ଲାଟଫର୍ମ ଉପରକୁ ମାଡ଼ି ଯାଇଥିଲା ବସଟି । ସେହି ସମୟରେ ପ୍ଲାଟଫର୍ମରେ ଯାତ୍ରୀଙ୍କ ଗହଳି ଲାଗି ରହିଥିଲା ବୋଲି କହିଛନ୍ତି ଜଣେ ଅଧିକାରୀ ।
ଅଧିକାରୀଙ୍କ ଅନୁସାରେ, ଡ୍ରାଇଭର ଜଣଙ୍କ ବସକୁ ପଛକୁ ନେବା ପରିବର୍ତ୍ତେ ସାଇଡକୁ ନେଇ କାଟିବା ବେଳେ ପ୍ଲାଟଫର୍ମକୁ ଚଢ଼ି ଯାଇଥିଲା । ଏନେଇ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ କରୁଥିବା କହିଛନ୍ତି ଆଞ୍ଚଳିକ ପ୍ରବନ୍ଧକ ।
ବୈଠକ ମଝିରୁ ଆପ୍ ବିଧାୟକଙ୍କୁ ଉଠାଇନେଲା ଇଡି, ବିଜେପି ଉପରେ ବର୍ଷିଲା କେଜ୍ରିଓ୍ବାଲଙ୍କ ଦଳ