ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୁସୁମ ଘାଟିରେ ତାରିଣୀ ଗଣନାଟ୍ୟ ଟ୍ରକ ଦୁର୍ଘଟଣାଗ୍ରସ୍ତ : ୨ ଗୁରୁତର

ତେଲକୋଇ,୨।୧୨ କାଞ୍ଜିପାଣି ଘାଟିରେ ଯାତ୍ରାପାର୍ଟି ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି।ଦୁର୍ଘଟଣା ରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଝୁଣ୍ଟୁ ମୁଦୁଲି, ପଶ୍ଚିମବଙ୍ଗ,ଦୁର୍ଜନ ମାଝି, ପୁରି,କାହ୍ନା ପାତ୍ର ବାଲେଶ୍ବର, ବାଦଲ ମାଝି ବାଲେଶ୍ବର।

ତାରିଣୀ ଗଣନାଟ୍ୟ ତେଲକୋଇ ଥାନା ଅନ୍ତର୍ଗତ ଦୁଲ୍ଲଭପୁର ଗାଁକୁ ଯାତ୍ରା ପରିବେଷଣ ପାଇଁ  ଯାଉଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ରକଟି କାଞ୍ଜିପାଣି ଥାନା ଅନ୍ତର୍ଗତ  କୁସୁମ ଘାଟିରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ସୁରକ୍ଷା ବାଡ ଉପରକୁ ଚଢି ଯାଇଥିଲା ଫଳରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।ସେମାନଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢନ୍ତୁ : ଦୁର୍ଘଟଣାରେ ୮ ମୃତ ଘଟଣା : କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ନେଇ ଏନଏଚଏଆଇ ବିରୋଧରେ ମାମଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.