ଯାଜପୁର ୨୦।୧୧ : ପାଣି ଟାଙ୍କିରୁ ବାହାରିଲା ୨ କଙ୍କାଳ। ଯାଜପୁର ଜିଲ୍ଲା ସଦର ଥାନା ନିଶ୍ଚନ୍ତା ଗାଁରେ ଏଭଳି ଘଟଣା ଘଟିଛି। ପାଣି ଟାଙ୍କିରୁ କଙ୍କାଳ ବାହାରିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
ସୂଚନା ଅନୁଯାୟୀ, ଯାଜପୁର ସଦର ଥାନା ନିଶ୍ଚନ୍ତା ଗାଁ ପାଣି ଟାଙ୍କିରୁ ଦୁଇଟି କଙ୍କାଳ ମିଳିଛି। ନୂତନ କରି ନିର୍ମାଣ ଚାଲିଥିଲା ପାଣି ଟାଙ୍କିରେ କେମିତି ଦୁଇଟି କଙ୍କାଳ ଆସିଲା ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି । ତେବେ ଏହି କଙ୍କାଳଟି କାହାର ଏବଂ କିଏ ଏହିଠାରେ ଫୋପାଡିଛି ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି।
ସେପଟେ ପାଣି ଟାଙ୍କିରୁ କଙ୍କାଳ ମିଳିବା ପରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି। ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।