ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ରାତିରେ ସମସ୍ତେ ଶୋଇଥିବା ବେଳେ ଆକ୍ରମଣ କଲା ହାତୀ, କାନ୍ଥ ତଳେ ଚାପି ହୋଇ ୨ ବର୍ଷର ଶିଶୁପୁତ୍ର ମୃତ

ବେତନଟୀ, ୩/୮ : ବେତନଟୀ ରେଞ୍ଜ ତଥା ବ୍ଲକ ଅଧୀନ ସଇତପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରତିରେ ବଣୁଆ ହାତୀପଲ ଗାଁକୁ ପଶିଆସିଆସିଥିଲେ। ଗ୍ରାମର ଯୁଧିଷ୍ଠିର କିସ୍କୁଙ୍କ ଘର ଉପରେ ଆକ୍ରମଣ କରିଥିଲେ। ଫଳରେ କାନ୍ଥତଳେ ଚାପିହୋଇ ଦୁଇବର୍ଷର ଶିଶୁପୁତ୍ର ଦିବ୍ୟପ୍ରକାଶ କିସ୍କୁର ଶୋଚନୀୟ ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ଖାଦ୍ୟ ଅନ୍ୱେଷଣରେ ୭ ଟିକିଆ ହାତୀପଲ ଶୁକ୍ରବାର ବିଳମ୍ବିତ ରାତିରେ ସଇତପୁର ଗାଁକୁ ପଶି ଆସିଥିଲେ। ତନ୍ମଧ୍ୟରୁ ଦୁଇଟି ହାତୀ ଯୁଧିଷ୍ଠିରଙ୍କ ଘର ଉପରେ ଆକ୍ରମଣ କରିଥିଲେ। ଘର ଭିତରେ ଜେଜେମା ସାଲଗେ କିସ୍କୁ, ମା' ରୀନା କିସ୍କୁଙ୍କ ସହିତ ଚଟାଣରେ ଶୋଇଥିବା ଦିବ୍ୟପ୍ରକାଶଙ୍କ ଉପରେ କାନ୍ଥ ଗଡି ପଡ଼ିଥିଲା। ମା ଓ ଜେଜେମା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦିବ୍ୟପ୍ରକାଶ କିନ୍ତୁ କାନ୍ଥତଳେ ଚାପି ହୋଇ ରହିଯାଇଥିଲେ। ହାତୀ ଭୟ ଥମିବା ପରେ କୌଣସି ପ୍ରକାରେ କାନ୍ଥତଳୁ ଦିବ୍ୟପ୍ରକାଶଙ୍କୁ ଉଦ୍ଧାର କରି ବନବିଭାଗ ସହାୟତାରେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ଦିବ୍ୟପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ। ଜେଜେମା ଓ ମା' ଆଗରେ ଦୁଇବର୍ଷର ଶିଶୁପୁତ୍ରର ଶୋଚନୀୟ ମୃତ୍ୟୁକୁ ନେଇ ପୁରା ପରିବାର ସ୍ତବ୍ଧ ହୋଇପଡିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବୈଶିଙ୍ଗା ପୁଲିସ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.