ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଲେବୁଲ କ୍ରସିଂ ଅତିକ୍ରମ ବେଳେ ଧକ୍କା ଦେଲା ଏକ୍ସପ୍ରେସ୍ ଟ୍ରେନ୍, ୨ ଯୁବକ ମୃତ

ସୋର, ୦୯/୦୭ : ପୁରୀ ହାୱଡା ଏକ୍ସପ୍ରେସ୍ ଟ୍ରେନ୍ ଧକ୍କାରେ ଚାଲିଗଲା ଦୁଇ ଜୀବନ। ସୋମବାର ରାତି ପ୍ରାୟ ସାଢେ ୨ଟା ବେଳେ ବାହାନଗା ସୋର ଷ୍ଟେସନ ମଧ୍ୟ ଦାଣ୍ଡହରିପୁର ଗେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଲେବୁଲ କ୍ରସିଂ ଅତିକ୍ରମ ବେଳେ ୨ ଯୁବକଙ୍କ ଉପରେ ଟ୍ରେନ୍‌ଟି ଚଢି ଯାଇଛି।

ସୂଚନାନୁଯାୟୀ, ଦାଣ୍ଡ ହରିପୁର ଗ୍ରାମର ରାକେଶ କୁମାର ପାଢ଼ୀ ଓ ଦୀପକ କୁମାର ସାହୁ ସୋର ଷ୍ଟେସନ ମଧ୍ୟ ଦାଣ୍ଡହରିପୁର ଗେଟ୍ ନିକଟରେ ଅପେକ୍ଷା କରିଥିଲେ। ଦୀର୍ଘ ସମୟ ଗେଟ୍ ପଡ଼ିଥିବାରୁ ଦୁଇ ଯୁବକ ଗେଟ୍ ତଳେ ଗଳି ଯାଉଥିଲେ। ଏହି ସମୟରେ ତାଙ୍କୁ ପୁରୀ ହାୱଡା ଏକ୍ସପ୍ରେସ୍ ଟ୍ରେନ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ରେଳ ଧାରଣା ଉପରେ ୨ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡିରହିଛି।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.