ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଜଳବନ୍ଦୀ ଅବସ୍ଥାରେ ରହିଥିଲେ ୨୦୦ ପରିବାର, ଜାତୀୟ ରାଜପଥ ଅବରୋଧ ପରେ ପାଣି ନିଷ୍କାସିତ

Published By : Harapriya Sethi | September 25, 2024 9:36 AM

ବଲାଙ୍ଗୀର, ୨୫/୦୯: ଜଳବନ୍ଦୀ ଅବସ୍ଥାରେ ରହିଥିଲେ ୨୦୦ ପରିବାର । ସମସ୍ୟାର ସମାଧାନ ପାଇଁ ଜାତୀୟ ରାଜପଥ ଅବରୋଧ କଲେ ଅଞ୍ଚଳବାସୀ । ପରେ ପୌର ପରିଷଦ ହସ୍ଥକ୍ଷେପ କରି ଜଳ ନିଷ୍କାସନ କରିଥିଲା । ବଲାଙ୍ଗୀର ଜିଲ୍ଲା ୯ ନମ୍ୱର ୱାର୍ଡ ଗାନ୍ଧୀନଗର ପଡାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ବିଗତ ଦିନର ଲଗାଣ ବର୍ଷାରେ ବେହାଲ ହୋଇଛି ବଲାଙ୍ଗୀର ଜିଲ୍ଲା । ଏହାର ପରିଣାମ ସ୍ୱରୂପ ୯ ନମ୍ୱର ୱାର୍ଡ ଗାନ୍ଧୀନଗର ପଡାର ୨୦୦ ପରିବାର ଜଳବନ୍ଦୀ ହୋଇ ରହିଥିଲେ । ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ରାଜରାସ୍ତାକୁ ଓହ୍ଲାଇ ରାସ୍ତା ଅବରୋଧ କରିଥିଲେ ଅଞ୍ଚଳବାସୀ । ପରେ ପୌର ପରିଷଦ ଏହି ଘଟଣାରେ ହସ୍ଥକ୍ଷେପ କରି ଜଳ ନିଷ୍କାସନ ବ୍ୟବସ୍ଥା କରିଥିଲା । ଏହା ପରେ ଉକ୍ତ ଅଞ୍ଚଳରେ ପାଣି କମିଥିଲା । 

ତେବେ ଏହାର ସ୍ଥାୟୀ ସମାଧାନ ନକଲେ ପୁଣି ଏଭଳି ପରିସ୍ଥିତି ହେବ ବୋଲି ଲୋକ ଅଭିଯୋଗ କରିବାରୁ ୨ ମାସ ସମୟ ମାଗିଛି ପୌର ପରିଷଦ ବିଭାଗ । ସେପଟେ ଘରେ ଘରେ ପାଣି ପଶିଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ।

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.