ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏବେ ବି ଫେରିନି ୯,୭୬୦ କୋଟିର ୨୦୦୦ ଟଙ୍କିଆ, ଡେଡ୍‌ଲାଇନ୍‌ ଶେଷ ହେବା ପରେ ବି ଲୋକଙ୍କ ପାଖରେ ବଡ଼ ଟଙ୍କା

ନୂଆଦିଲ୍ଲୀ,୦୨/୧୨: ଏବେ ବି ବ୍ୟାଙ୍କିଙ୍ଗ୍‌  ବ୍ୟବସ୍ଥାକୁ ଫେରିନି ୯,୭୬୦ କୋଟିର ୨୦୦୦  ଟଙ୍କିଆ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବ୍ୟାଙ୍କ  ଶାଖାଗୁଡ଼ିକରେ ବଡ଼ ନୋଟ୍‌ ବଦଳ ତଥା ଜମା  କରି ପାରି ନ ଥିବା ଲୋକେ ସମ୍ପ୍ରତି ଆର୍‌ବିଆଇ  କାର୍ଯ୍ୟାଳୟରେ ଧାଡ଼ି ଲଗାଉଛନ୍ତି। ନଭେମ୍ବର ୧ରେ  ଲୋକଙ୍କ ପାଖରେ ୧୦,୦୦୦ କୋଟି ଟଙ୍କାର ବଡ଼  ନୋଟ୍‌ ଥିବା ଆର୍‌ବିଆଇ ଉକ୍ତ ସମୟରେ ସୂଚନା  ଦେଇଥିଲା । ତେବେ ମାସକ ମଧ୍ୟରେ ସେତେ ମାତ୍ରାରେ ଅଗ୍ରଗତି ହୋଇ ନ ଥିବା ସଦ୍ୟ ପ୍ରକାଶିତ  ରିପୋର୍ଟରୁ ଜଣାପଡ଼ିଛି ।  

ଶୁକ୍ରବାର ଆର୍‌ବିଆଇ ପ୍ରକାଶ କରିଛି ଯେ,  ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ୯୭.୨୬% ୨୦୦୦ ଟଙ୍କିଆ  ନୋଟ୍‌ ଫେରିଛି ଏବଂ ୯,୭୬୦ କୋଟି ଟଙ୍କାର  ବଡ଼ ନୋଟ୍‌ ଏବେ ବି ଲୋକଙ୍କ ପାଖରେ ରହିଛି ।  ସୂଚନାଯୋଗ୍ୟ, ମେ’ ୧୯ରେ ଆର୍‌ବିଆଇ ୨,୦୦୦  ଟଙ୍କିଆ ନୋଟ୍‌ର ପ୍ରତ୍ୟାହାର ଘୋଷଣା କରିଥିଲା ।  

ଅକ୍ଟୋବର ୭ ଯାଏ ଲୋକେ ବ୍ୟାଙ୍କ  ଶାଖାଗୁଡ଼ିକରେ ଥରକେ ୨୦,୦୦୦ ଟଙ୍କାର ବଡ଼  ନୋଟ୍‌ ବଦଳ କରିଥିଲେ । ଜମା ଉପରେ କୌଣସି  ପ୍ରତିବନ୍ଧକ ନ ଥିଲା । ବ୍ୟାଙ୍କଗୁଡ଼ିକରେ ବଦଳ  କରିବାର ଡେଡ୍‌ଲାଇନ୍‌ ଶେଷ ହେବା ପରେ ଏବେ  ଦେଶରେ ଥିବା ଆର୍‌ବିଆଇର ୧୯ଟି କାର୍ଯ୍ୟାଳୟରେ  ଜନସାଧାରଣ ୨,୦୦୦ ଟଙ୍କିଆ ନୋଟ୍‌ ବଦଳ ଏବଂ  ଜମା କରୁଛନ୍ତି । ଡାକ ମାଧ୍ୟମରେ ନୋଟ ପଠାଇ  ବଦଳ ସୁବିଧାର ଲାଭ ଉଠାଇବା ପାଇଁ ମଧ୍ୟ  ଆର୍‌ବିଆଇ ଜନସାଧାରଣଙ୍କୁ ପରାମର୍ଶ ଦେଇଛି । ବଦଳାରାଶିକୁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବାର ବ୍ୟବସ୍ଥା ରହିଛି । ଏହାଦ୍ୱାରା ଲୋକମାନେ  ଆର୍‌ବିଆଇ ଶାଖାରେ ଅଯଥା ଭିଡ଼ ଜମାଇବେନି  ବୋଲି ସର୍ବୋଚ୍ଚ ବ୍ୟାଙ୍କ ପ୍ରକାଶ କରିଛି । 

 ମେ’ ୧୯ରେ ସର୍କୁଲେଶନ୍‌ରେ ୩.୫୬ ଲକ୍ଷ  କୋଟିର ବଡ଼ ନୋଟ୍‌ ଥିଲା । ଏହା ନଭେମ୍ବର  ୩୦ରେ ୯,୭୬୦ କୋଟି ଟଙ୍କାକୁ ହ୍ରାସ ଘଟିଥିବା  ଆଜି ଆର୍‌ବିଆଇ ପକ୍ଷରୁ ଜାରି ବିବୃତିରେ ଉଲ୍ଲେଖ  କରାଯାଇଛି । ଅର୍ଥାତ୍‌ ମେ’ ୧୯ ତୁଳନାରେ  ୯୭.୨୬% ନୋଟ୍‌ ବ୍ୟାଙ୍କଗୁଡ଼ିକୁ ଫେରିଛି ।  ତେବେ ୨,୦୦୦ ଟଙ୍କିଆ ନୋଟ୍‌ ଲିଗାଲ ଟେଣ୍ଡର ଭାବେ ଜାରି ରହିବ ବୋଲି ଆର୍‌ବିଆଇ  ଦୋହରାଇଛି ।  

ଅକ୍ଟୋବର ୮ ପରଠାରୁ ଲୋକମାନେ  ଦେଶବ୍ୟାପୀ ଆର୍‌ବିଆଇର ୧୯ଟି କାର୍ଯ୍ୟାଳୟରେ  ନୋଟ୍‌ ବଦଳ କରୁଛନ୍ତି । ଏହି ଅଫିସ୍‌ଗୁଡ଼ିକରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି । ନୋଟ୍‌ ବଦଳ ତଥା  ଜମା ସୁବିଧା ପ୍ରଦାନ କରୁଥିବା ଆର୍‌ବିଆଇର ଏହି ୧୯ଟି  କାର୍ଯ୍ୟାଳୟ ଅହମ୍ମଦାବାଦ, ବେଙ୍ଗାଲୁରୁ, ବେଲାପୁର,  ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ, ଚେନ୍ନାଇ, ଗୌହାଟି,  ହାଇଦ୍ରାବାଦ, ଜୟପୁର, ଜମ୍ମୁ, କାନପୁର, କୋଲକାତା,  ଲକ୍ଷେ୍ନø, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟ୍‌ନା ଏବଂ  ଥିରୁଅନନ୍ତପୁରମରେ ରହିଛି ।   

ସୂଚନାଯୋଗ୍ୟ, ନୋଟ୍‌ବନ୍ଦୀ ବେଳେ ପୁରୁଣା  ୧,୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌ ଅଚଳ ହେବା  ପରେ ୨୦୧୬ ନଭେମ୍ବରରେ ୨,୦୦୦ ଟଙ୍କିଆ ବ୍ୟାଙ୍କ  ନୋଟ୍‌ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.