ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୧ କୁଇଣ୍ଟାଲ ଗଞ୍ଜେଇ ଜବତ

ଫିରିଙ୍ଗିଆ,୪।୫ :    ଗୋଛାପଡା ଥାନା ସଲା ଗୁଡା ପଞ୍ଚାୟତ ମୁସୁକୁଲି ପଦର ଗାଁର ଏକ ଗୋଦାମ ଉପରେ  ପୋଲିସ ଚଢାଉ କରି ୨୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। 

ଗୋଛାପଡା ଥାନା ସଲା ଗୁଡା ପଞ୍ଚାୟତ ମୁସୁକୁଲି ପଦର ଗାଁ ର ରାମଚନ୍ଦ୍ର କହଁର ଘରେ ବାହାର ଜିଲ୍ଲାର କିଛି ଗଞ୍ଜେଇ ମାଫିଆ ଗଞ୍ଜେଇ ରଖିବା ପାଇଁ ଗୋଦାମ କରିଥିବା କୌଣସି ଏକ ସୂତ୍ରରୁ ପୋଲିସ ଖବର ପାଇଥିଲେ I ପରେ ଗୋଛାପଡା ଥାନା ଅଧିକାରୀ ପ୍ରଭାତ ବେହେରା ଙ୍କ ନେତୃତ୍ୱ ରେ ଏକ ଟିମ ମୁସୁକୁଲିପଦର ଗାଁ ର ଏହି ରାମଚନ୍ଦ୍ର କହଁର ଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲେ I ଅନ୍ୟପଟେ ପୋଲିସ ର ଆସିବା ଖବର ପାଇଁ ଘରମାଲିକ ରାମଚନ୍ଦ୍ର କହଁର ଫେରାର ହୋଇଯାଇଥିବା ବେଳେ ଉକ୍ତ ଘରଭିତରୁ ପୋଲିସ ୨୧ କୁଇଣ୍ଟାଲ ରୁ ଅଧିକ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲା I ତେବେ ଏହି ଘଟଣାରେ ଗୋଛାପଡା ଥାନାରେ ଏକ ମାମଲା ରୁଜୁ କରିବା ସହ ଜବତ ଗଞ୍ଜେଇ କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ଘର ମାଲିକ ରାମଚନ୍ଦ୍ର କହଁର ଙ୍କ ନାରେ ମଧ୍ୟ୍ୟ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ : ଖାଇବା ଦେବାରେ ହେଲା ବିଳମ୍ବ, ମା’ର ତଣ୍ଟି ଚିପି ହତ୍ୟା କଲା ପୁଅ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.