ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଛାତ୍ରୀଙ୍କୁ ୧୨୨ କୋଟିର ସ୍କଲାରସିପ୍‌, ୨୩୧ ବିଶ୍ୱବିଦ୍ୟାଳୟରୁ ଅଫର୍‌

Published By : Prameya | May 16, 2024 8:41 AM

ନୂଆଦିଲ୍ଲୀ ୧୬/୦୫: ଗୋଟିଏ କିମ୍ବା ଦୁଇଟି ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ଅଫର୍‌ ଆସିଲେ ବିଦ୍ୟାର୍ଥୀଙ୍କ ଖୁସି ବଢ଼ିଯାଏ । ଆମେରିକାର ଜଣେ ବିଦ୍ୟାର୍ଥୀଙ୍କୁ ୨୩୧ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ଲାଗି ଅଫର୍‌ ଆସିଛି । ସେତିକି ନୁହେଁ, ପ୍ରାୟ ୧୨୨ କୋଟି ଟଙ୍କାର ସ୍କଲାରସିପ୍‌ ଅଫର୍‌ ମଧ୍ୟ ମିଳିଛି । ଏହି ଭାଗ୍ୟଶାଳୀ ଛାତ୍ରୀ ହେଉଛନ୍ତି ଜର୍ଜିଆ ବାସିନ୍ଦା ୧୮ ବର୍ଷୀୟା ମାଡିସନ୍‌ କ୍ରୋୱେଲ । ୨୩୧ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଅଧ୍ୟୟନ ଲାଗି ସେ ନର୍ଥ କାରୋଲିନାର ହାଇ ପଏଣ୍ଟ୍‌ ୟୁନିଭର୍ସିଟିକୁ ଚୟନ କରିଛନ୍ତି । 

କ୍ରୋୱେଲ ଆସନ୍ତା ୧୮ ତାରିଖରେ ଲିବର୍ଟି କାଉଣ୍ଟି ହାଇସ୍କୁଲ୍‌ରୁ ସ୍ନାତକ ଡିଗ୍ରୀ ହାସଲ କରିବେ । ଆଗକୁ ଅଧ୍ୟୟନ ଲାଗି ସେ ଶତାଧିକ ଆମେରିକୀୟ ବିଶ୍ୱବିଦ୍ୟାଳୟରେ ଆବେଦନ କରିଥିଲେ । ତନ୍ମଧ୍ୟରୁ ୨୩୧ ବିଶ୍ୱବିଦ୍ୟାଳୟ ତାଙ୍କ ଆବେଦନ ସ୍ୱୀକାର କଲେ । ହାଇ ପଏଣ୍ଟ୍‌ ବିଶ୍ୱବିଦ୍ୟାଳୟ ଚୟନକୁ ସେ ନିଜର ସବୁଠୁ ଭଲ ନିଷ୍ପତ୍ତି ବୋଲି କହିଛନ୍ତି । ସେଠାରେ ସେ ଫିଜିକାଲ ଥେରାପିରେ ଡାକ୍ତରୀ ଅଧ୍ୟୟନ କରିବେ । କ୍ରୋୱେଲ ଏହି ସଫଳତା ଜରିଆରେ ଲିବର୍ଟି କାଉଣ୍ଟିର ପିଲାଙ୍କୁ କହିବାକୁ ଚାହୁଁଛନ୍ତି ଯେ ଯେଉଁ ପ୍ରତିଷ୍ଠାନରେ ପ୍ରବେଶ ଅସମ୍ଭବ ବୋଲି ସେମାନଙ୍କ ଧାରଣା, ପରିଶ୍ରମ ଦ୍ୱାରା ସେଠାରେ ମଧ୍ୟ ପହଞ୍ଚିପାରିବେ । 

ଲିବର୍ଟି କାଉଣ୍ଟି ଆମେରିକାର ଅନ୍ୟତମ ସବୁଠୁ ଗରିବ କାଉଣ୍ଟି । ସେଠାରେ ରହୁଥିବା ୬୯୦୦୦ ଲୋକଙ୍କ ମଧ୍ୟରେ ପ୍ରାୟ ୧୪ ପ୍ରତିଶତ ଗରିବ ସୀମାରେଖା ତଳେ ଅଛନ୍ତି । କ୍ରୋୱେଲ ମିଡିଲ ସ୍କୁଲ୍‌ରେ ପଢ଼ିବା ବେଳଠୁ ତାଙ୍କ ମା’ବାପା ତାଙ୍କୁ କଲେଜ ପଠାଇବାକୁ ପ୍ରସ୍ତୁତି ଚଳାଇଥିଲେ । ଅନେକ ସମୟରେ ସେମାନେ ୟୁନିଭର୍ସିଟି କ୍ୟାମ୍ପସ୍‌କୁ ମଧ୍ୟ ଯାଉଥିଲେ । ଆମେରିକାରେ ବିଦ୍ୟାର୍ଥୀମାନେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ଲାଗି ବିଶେଷକରି ସ୍କଲାରସିପ୍‌ ଉପରେ ନିର୍ଭର କରନ୍ତି । ଏଥିପାଇଁ ସେମାନେ ଶତାଧିକ ବିଶ୍ୱବିଦ୍ୟାଳୟରେ ସ୍କଲାରସିପ୍‌ ପାଇଁ ଆବେଦନ କରନ୍ତି । ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କ ପାଠ୍ୟକ୍ରମ ଅନୁସାରେ ସ୍କଲାରସିପ୍‌ ପ୍ରଦାନ କରାଯାଏ । ଏଥିରୁ ବିଦ୍ୟାର୍ଥୀ ନିଜ ପସନ୍ଦର ବିଶ୍ୱବିଦ୍ୟାଳୟ ଚୟନ କରନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.