ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ବାଲିସାଗର ବନ୍ଧହୁଡା ତଳେ ଜଳବନ୍ଦୀରେ ଥିଲେ ୨୫ ପରିବାର, ସ୍ଥାନାନ୍ତର ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ମାଲକାନଗିରି, ୨।୭ : ବାଲିସାଗର ବନ୍ଧ ତଳେ ଜଳବନ୍ଦୀ ଜୀବନ ବିତାଉ ଥିବା ୨୫ ପରିବାରଙ୍କୁ ସ୍ଥାନାନ୍ତର କରିବାକୁ ମାଲକାନଗିରି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଏହି ସମସ୍ତ ପରିବାର ଲୋକଙ୍କୁ ଯାତ୍ରୀ ଆଶ୍ରୟ ସ୍ଥଳକୁ  ତୁରନ୍ତ ସ୍ଥାନାନ୍ତର କରାଯାଇଛି।

ତେବେ ମାଲକାନଗିରି ସହରରେ ଥିବା ସାତ ନମ୍ବର ୱାର୍ଡ ଅଞ୍ଚଳର ବାଲିସାଗର ପୋଖରୀର ଉନ୍ନତିକରଣ କରାଯାଉଛି।  ଏହା ପାର୍ଶ୍ବରେ ଥିବା ହିଡ ଉଚ୍ଚା ଯୋଗୁଁ ଜଳ ନିଷ୍କାସନ ହୋଇନପାରି ପାଣି ପଶି ଘରଗୁଡିକ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିଲା । ତେବେ ପୂର୍ବରୁ ବର୍ଷା ଜଳ ପୋଖରୀକୁ ଯାଉଥିବା ବେଳେ ବର୍ତ୍ତମାନ ନବ ନିର୍ମିତ ପୋଖରୀ ହୁଡା ଉଚ୍ଚା ହେବା କାରଣରୁ ବର୍ଷା ଜଳ ନିଷ୍କାସନ ନ ହୋଇ ପାରି ସାତ ନମ୍ବର ୱାର୍ଡର ପ୍ରାୟ ୨୫ରୁ ଉର୍ଦ୍ଧ୍ବ ଲୋକଙ୍କ ଘରେ ବର୍ଷା ଜଳ ପଶିଛି । ଯାହା ଫଳରେ ଲୋକଙ୍କ ଘର ଦ୍ୱାର ଭାଙ୍ଗିବା ସହ ଘରର ଅନେକ ଆସବାବପତ୍ର ନଷ୍ଟ ହୋଇଥିବା ବାସିନ୍ଦା ଅଭିଯୋଗ କରିଥିଲେ । ଏପରିକି କଛି ଝାଟିମାଟି ଘରର କାନ୍ଥ ଭୁଶୁଡି ପଡିଛି । ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସ୍ଥାନୀୟବାସୀ । ଏନେଇ ପୂର୍ବରୁ ମାଲକାନଗିରି ପୌର ପରିଷଦ ଠାରୁ ଆରମ୍ଭ କରି ତହସିଲଦାର ଓ ଜିଲ୍ଲାପାଳଙ୍କ ସହ ଲୋକେ ଅନେକ ଥର ଆଲୋଚନା କରିଥିଲେ।  ଏହାର କୌଣସି ସୁଫଳ ମିଳିନଥିଲା। ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ଲୋକଙ୍କୁ ଥଇଥାନ ପାଇଁ ସ୍ଵର ଉତ୍ତୋଳନ କରଯାଇଥିଲା । ଏନେଇ ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର ଜାଣିବା ପରେ ତୁରନ୍ତ ଉକ୍ତ ସ୍ଥାନକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ତହସିଲଦାର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଡକାଇ ଏହାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ବର୍ଷାରୁ ରକ୍ଷା ପାଇବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମସ୍ତ ପରିବାର ଲୋକଙ୍କୁ ଯାତ୍ରୀ ଆଶ୍ରୟ ସ୍ଥଳକୁ  ତୁରନ୍ତ ସ୍ଥାନାନ୍ତର କରି ସେମାନଙ୍କ ଖାଦ୍ୟ ପେୟର ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାପରେ ସମସ୍ତ ଲୋକଙ୍କୁ ଉଦ୍ଧାର  କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ପ୍ରଶଂସା କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ପ୍ରଶାସନିକ ଅଧିକାରୀଙ୍କ ସହ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ଜି ଶ୍ରୀନିବାସ ରାଓ, ପି କେଷୁ, ପର୍ଶୁରାମ ଭକ୍ତ ଓ ଅନ୍ୟାନ୍ୟ କର୍ମୀମାନେ ଉପସ୍ଥିତ ଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.