ବେଜିଂ, ୧୬/୧୧: ଗୁରୁବାର ଉତ୍ତର ଚୀନର ଶାନଜି ପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏକ କୋଠାରେ ଲାଗିଥିବା ନିଆଁରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୧ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଲିଶି ଜିଲ୍ଲା ଲୁଲିଅଙ୍ଗ ସହରର ୟଙ୍ଗଦୁ କୋଲ୍ କମ୍ପାନୀର ୪ ମହଲା କୋଠାରେ ନିଆଁ ଲାଗିଥିଲା । ସକାଳ ପ୍ରାୟ ୬ଟା ୫୦ରେ ନିଆଁ ଲାଗିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୧ରୁ ଅଧିକ ଆହତ ହୋଇଛନ୍ତି । ନିଆଁ ଲାଗିଥିବାରୁ ପ୍ରଶାସନ ୬୩ ଜଣଙ୍କୁ ଉଦ୍ଧାର କରିଛି । ସେଥିରୁ ୫୧ ଜଣଙ୍କୁ ହସ୍ପିଟାଲ୍ ନିଆ ଯାଇଛି । ଏବେ ବି ଉଦ୍ଧାର ଜାରି ରହିଥିବା ବେଳେ ନିଆଁ ଲାଗିବାର କାରଣ ପାଇଁ ତଦନ୍ତ ଆରମ୍ଭ ହୋଇଛି ।
ସିରିଆ ରାଷ୍ଟ୍ରପତିଙ୍କୁ ଗିରଫ ପାଇଁ ଆରେଷ୍ଟ ୱାରେଣ୍ଟ ଜାରି କଲା ଫ୍ରାନ୍ସ, ଜାଣନ୍ତୁ କାହିଁକି ?
ତେବେ ନିଆଁ ଲାଗିଥିବା କୋଠାଟି ହେଉଛି କୋଲ୍ କମ୍ପାନୀର ମୁଖ୍ୟାଳୟ । ଅଗ୍ନିକାଣ୍ଡ ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା । ନିଆଁ ଲାଗିବା କ୍ଷଣି ସୁରକ୍ଷା କର୍ମୀ ପରିସରରେ ଥିବା ଟ୍ରକକୁ ଦୂରେଇ ନେଇ ଯାଇଥିବା ଭିଡିଓରେ ଦେଖା ଯାଉଛି ।
ଏହା ପୂର୍ବରୁ ଏପ୍ରିଲରେ ବେଜିଂର ଏକ ହସ୍ପିଟାଲରେ ନିଆଁ ଲାଗି ୨୯ ଜଣ ପ୍ରାଣ ହରାଇଥିଲେ । ଏହା ଛଡ଼ା ଗତ ଅକ୍ଟୋବରରେ ଉତ୍ତର-ପଶ୍ଚିମ ୟିନଚୁଆନ୍ ପ୍ରଦେଶର ଏକ ରେଷ୍ଟୁରାଣ୍ଟରେ ବିସ୍ଫୋରଣରେ ୩୧ ଜଣଙ୍କ ଜୀବନ ଯାଇଥିଲା ।
ଗାଜାର ଅଲ୍ ଶିଫା ହସ୍ପିଟାଲରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଓ ଗ୍ରେନେଡ୍ ମିଳିଥିବା ଦାବି କଲା ଇସ୍ରାଏଲ୍ ସେନା