ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନୌସେନା ପାଇଁ କିଣାଯିବ ୨୬ ରାଫେଲ-ଏମ୍‌, ଚର୍ଚ୍ଚା ପାଇଁ ଆଜି ଫ୍ରାନ୍ସରୁ ଆସିବେ ଅଧିକାର

ନୂଆଦିଲ୍ଲୀ,୩୦/୦୫: ଭାରତ ସରକାର ନୌସେନା ନିମନ୍ତେ ଫ୍ରାନ୍ସରୁ୨୬ଟି ରାଫେଲ-ଏମ୍‌ ଯୁଦ୍ଧ ବିମାନ କିଣିବାକୁ ଯାଉଛନ୍ତି । ଏଥିପାଇଁ ଖୁବଶୀଘ୍ର ଚୁକ୍ତି ସ୍ୱାକ୍ଷର ହେବ । ଖବର ମୁତାବକ ଗୁରୁବାର ଫ୍ରାନ୍ସ ସରକାରଙ୍କ ପ୍ରତିନିଧି ଏବଂ ଡାସଲ୍ଟ କମ୍ପାନିର ଅଧିକାରୀ ଭାରତ ଆସିବେ। ଏହାପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଠିକା ବୁଝାମଣା କମିଟି ସହ ଚୁକ୍ତି ନିମନ୍ତେ ଆଲୋଚନା କରିବେ । ଏଥିପାଇଁ ୫୦ ହଜାର କୋଟି ଟଙ୍କାର ରାଜିନାମା ହେବା ନେଇ ସମ୍ଭାବନା ରହିଛି । ଏଥିରେ ଫ୍ରାନ୍ସ ପକ୍ଷରୁ ଭାରତକୁ ରାଫେଲ-ଏମ୍‌  ଯୁଦ୍ଧ ବିମାନ ସହ ଅସ୍ତ୍ରଶସ୍ତ୍ର, ସିମୁଲେଟର, କ୍ରୁ ନିମନ୍ତେ  ତାଲିମ ଏବଂ ଲଜିଷ୍ଟିକ୍‌ସ ସପୋର୍ଟ ଆଦି ଅନ୍ତର୍ଭୁକ୍ତ । 

ଗୁରୁବାର  ହେବାକୁ ଥିବା ବୈଠକରେ ନୌସେନା ଅଧିକାରୀ ବି ସାମିଲ  ହେବେ । ସେମାନଙ୍କ ଆବଶ୍ୟକତା ଅନୁସାରେ ବିମାନ ଅର୍ଡର ଦିଆଯିବ । ଚଳିତ ଆର୍ଥିକବର୍ଷ ଶେଷ ସୁଦ୍ଧା ଆଲୋଚନା ଶେଷ ହେବ ଏବଂ ବୁଝାମଣା ସ୍ୱାକ୍ଷର ଲାଗି ଉଦ୍ୟମ କରାଯିବ । ତେବେ ଚୀନ୍‌ ସହ ମୁକାବିଲା ନିମନ୍ତେ ଭାରତ ମହାସାଗରରେ ରାଫେଲ୍‌-ଏମ୍‌ ଜେଟ୍‌ଗୁଡ଼ିକୁ ମୁତୟନ କରାଯିବା ନେଇ ଲକ୍ଷ୍ୟ ରହିଛି । ନୌସେନା ନିମନ୍ତେ କିଣାଯିବାକୁ ଥିବା ୨୨ ସିଙ୍ଗଲ୍‌ ସିଟ୍‌ବିଶିଷ୍ଟ ରାଫେଲ୍‌-ଏମ୍‌ ଏବଂ ୪ ଡବଲ୍‌ ଟ୍ରେନର୍‌ ସିଟ୍‌ବିଶିଷ୍ଟ  ରାଫେଲ୍‌-ଏମ୍‌ ଜେଟ୍‌ ଭାରତ ମହାସାଗରରେ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ମୁତୟନ କରାଯିବ । 

ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିଙ୍କ ଫ୍ରାନ୍ସ ଗସ୍ତ ବେଳେ ଏହି ଖବର ସାମ୍ନାକୁ ଆସିଥିଲା । ଏହାପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ବାବଦରେ ଏଲ୍‌ଓଆଇ  ଜାରି କରିଥିଲା, ଯାହାକୁ ଫ୍ରାନ୍ସ ୨୦୨୩ ଡିସେମ୍ବରରେ ସ୍ୱୀକାର  କରିଥିଲା । ଏହା ପୂର୍ବରୁ ୨୦୧୬ ସେପ୍ଟେମ୍ବରରେ ୫୯ ହଜାର  କୋଟି ଟଙ୍କାର ଚୁକ୍ତିସ୍ୱରୂପ ବାୟୁସେନା ନିମନ୍ତେ ଭାରତ ସରକାର ୩୬ ରାଫେଲ ଯୁଦ୍ଧ ବିମାନ କିଣିଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.