ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ଭାରତର ଦ୍ୱିତୀୟ ସବୁଠୁ ଧନୀ ଅଭିନେତା, ଦିନକୁ ରୋଜଗାର କରନ୍ତି ୨୭ ଲକ୍ଷ ଟଙ୍କା

ମୁମ୍ବାଇ ୦୨/୦୯: ଶାହାରୁଖ ଖାନ ପ୍ରଥମ ଥର ପାଇଁ ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟରେ ସାମିଲ ହୋଇଛନ୍ତି ଏବଂ ଏହି ତାଲିକାରେ ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀଙ୍କ ସହ ଯୋଗ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଶାହାରୁଖ ଖାନ ଭାରତର ସବୁଠାରୁ ଧନୀ ଅଭିନେତା ଏବଂ ତାଙ୍କର ଆନୁମାନିକ ସମ୍ପତ୍ତି ମୂଲ୍ୟ ୭,୩୦୦ କୋଟି ଟଙ୍କା। କିନ୍ତୁ, ଆପଣ ଜାଣନ୍ତି କି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ କିଏ ଅଛନ୍ତି? ଭାରତର ଦ୍ୱିତୀୟ ଧନୀ ଅଭିନେତା ଅନ୍ୟ କେହି ନୁହଁନ୍ତି ବରଂ ହ୍ରିତିକ ରୋଶନ। 

ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୧୪ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ମାତ୍ର ୭ ଟି ଫିଲ୍ମରେ ଅଭିନୟ କରିଥିବା ହ୍ରିତିକ ରୋଶନଙ୍କ ସମ୍ପତ୍ତି ୨୦୦୦ କୋଟି ଟଙ୍କା । ଯାହା ତାଙ୍କୁ ଶାହାରୁଖ ଖାନଙ୍କ ପରେ ଭାରତର ଦ୍ୱିତୀୟ ଧନୀ ଅଭିନେତା କରିପାରିଛି। ଏହି ସଫଳତାର ଶ୍ରେୟ ଫିଲ୍ମରେ କାମ କରିବା ବ୍ୟତୀତ ତାଙ୍କର ଆଥଲେଟିକ୍ ବ୍ରାଣ୍ଡ୍ HRX ଯାଉଛି। ଟ୍ୱିଟରରେ ୩୧.୩ ନିୟୁତ ଫଲୋୟର୍ସଙ୍କ ସହ ସୋସିଆଲ ମିଡିଆରେ ମଧ୍ୟ ହ୍ରିତିକ ବେଶ୍‌ ଲୋକପ୍ରିୟ।

ହ୍ରିତିକ ୨୦୦୦ ମସିହାରେ ଫିଲ୍ମ 'କହୋ ନା ପ୍ୟାର ହୈ'ରୁ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ସେବେଠାରୁ ସେ ସଫଳତାର ପାହାଚ ଚଢିଆସୁଛନ୍ତି। ଲିଡ୍‌ ଆକ୍ଟର୍‌ ଭାବରେ ଡେବ୍ୟୁ କରିବା ପୂର୍ବରୁ ସେ 'ଖୁଦ୍‌ଗର୍ଜ', 'କୋଏଲା', 'କରଣ ଅର୍ଜୁନ' ଏବଂ 'କିଙ୍ଗ ଅଙ୍କଲ'ରେ ଆସିଷ୍ଟାଣ୍ଟ୍‌ ଡିରେକ୍ଟର୍‌ ଭାବରେ କାର୍ଯ୍ୟ କରିଥିଲେ। ରିପୋର୍ଟ ଅନୁଯାୟୀ ଅଭିନେତା ଦିନକୁ ୨୭ ଲକ୍ଷ ଟଙ୍କା ରୋଜଗାର କରନ୍ତି।ସେ ଗୋଟିଏ ଫିଲ୍ମ ପାଇଁ ୭୫-୧୦୦ କୋଟି ଟଙ୍କା ଚାର୍ଜ କରନ୍ତି। ତାଙ୍କର ବାର୍ଷିକ ଆୟ ପ୍ରାୟ ୨୬୦ କୋଟି ଟଙ୍କା ବୋଲି କୁହାଯାଉଛି।

ତେବେ ଶାହାରୁଖ ଏବଂ ହ୍ରିତିକଙ୍କ ବ୍ୟତୀତ ଜୁହି ଚାୱଲା, ଅମିତାଭ ବଚ୍ଚନ ଏବଂ କରଣ ଜୋହର ମଧ୍ୟ ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୪ ରେ ସାମିଲ ହୋଇଛି।

ଶାହାରୁଖ ଖାନ ଏବଂ ପରିବାର- ୭,୩୦୦ କୋଟି ଟଙ୍କା

ଜୁହି ଚାୱଲା ଏବଂ ପରିବାର- ୪,୬୦୦ କୋଟି ଟଙ୍କା

ହ୍ରିତିକ ରୋଶନ- ୨୦୦୦ କୋଟି ଟଙ୍କା

ଅମିତାଭ ବଚ୍ଚନ ଏବଂ ପରିବାର- ୧,୬୦୦ କୋଟି ଟଙ୍କା

କରଣ ଜୋହର- ୧,୪୦୦ କୋଟି ଟଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.