ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଜିଠୁ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୪/୬: ଆଜିଠାରୁ ଆରମ୍ଭ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା । ଛାତ୍ରଛାତ୍ରୀମାନେ ନିଜ ମନ ପସନ୍ଦର କଲେଜରେ ନାମଲେଖା ପାଇଁ ଆବେଦନ କରିପାରିବେ। samsodisha.gov.in ୱେବସାଇଟ ମାଧ୍ୟମରେ କରିବେ ଆବେଦନ। ଗତ ଶିକ୍ଷା ବର୍ଷରେ ରାଜ୍ୟରେ ମୋଟ ୧୦୪୭ଟି କଲେଜରେ ନାମଲେଖା ହୋଇଥିବା ବେଳେ ଚଳିତ ଶିକ୍ଷା ବର୍ଷରେ ରାଜ୍ୟରେ ସ୍ଵୟଂଶାସିତ ଏବଂ ଡିଗ୍ରୀ କଲେଜରେ ମୋଟ ୧୦୩୭ ଟି କଲେଜରେ ନାମ ଲେଖା ପକ୍ରିୟା ହେବ । ତେବେ ଚଳିତ ଶିକ୍ଷା ବର୍ଷରେ ୧୦ଟି କଲେଜ ନାମଲେଖା ପକ୍ରିୟାରୁ ବାଦ ପଡ଼ିଛନ୍ତି । ଅନ୍ୟପଟେ ଗତ ବର୍ଷ ଅପେକ୍ଷା ଚଳିତ ଶିକ୍ଷାବର୍ଷରେ କଲେଜରେ ସିଟ ସଂଖ୍ୟା ବୃଦ୍ଧି ପାଇଛି । 

୨୦୨୩-୨୪ ଶିକ୍ଷା ବର୍ଷରେ ୧୦୪୭ କଲେଜରେ ୨ ଲକ୍ଷ୍ୟ ୭୧ ହଜାର ୯୧ ସିଟ ରହିଥିବା ବେଳେ ଚଳିତ ଶିକ୍ଷା ବର୍ଷରେ ୨ ଲକ୍ଷ୍ୟ ୭୩ ହଜାର ୧୫ ଟି ସିଟ ରହିଛି । ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଜୁନ ୧୭ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଜୁନ୍ ୧୮ ତାରିଖରୁ ୧୯ ତାରିଖ ମଧ୍ୟରେ ସିଏଫ ତ୍ରୁଟି ସୁଧାରି ପାରିବେ । ଜୁନ୍ ୨୫ ତାରିଖ ଅପରାହ୍ନ ୪ଟାରେ ପ୍ରଥମ ମେଧାବୀ ତାଲିକା ପ୍ରକାଶ ପାଇବ । ଜୁନ ୨୫ ତାରିଖରୁ ୨୮ ତାରିଖ ଯାଏଁ ସ୍ଲାଇଡ୍ ଅପ୍ସନ ଚୟନ କରିପାରିବେ ଛାତ୍ରଛାତ୍ରୀ । ଜୁନ୍ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ କଲେଜକୁ ଯାଇ ରିପୋର୍ଟ କରିବେ ଏହାପରେ ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ । ଜୁଲାଇ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ରିପୋର୍ଟ କରିବେ । ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.