ପ୍ରମୂଖ ଖବର
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେକ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୫ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ଆକ୍ରମଣ, ୩ ଗିରଫ

ଫିରିଙ୍ଗିଆ, ୨୫।୫-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ପଂଚାୟତ ଲୁହୁରାସାହିରେ ଶୁକ୍ରବାର ରାତିରେ ଗାଁରେ ଗୁଣି ଗାରେଡିକୁ ସନ୍ଦେହ କରି ଏକ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏଥିରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗ୍ରାମର କିଛି ଲୋକେ ପ୍ରଥମେ ଗୋଚ୍ଛାପଡା ମେଡିକାଲ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ଅପି ବିନ୍ଧାଣୀ(୫୦) । ଏ ନେଇ ଅପିଙ୍କ ସ୍ତ୍ରୀ ରଙ୍ଗାଇ ଗୋଚ୍ଛାପଡା ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ଅନ୍ୟମାନେ ଫେରାର ଅଛନ୍ତି । ଗିରଫ ଯୁବକମାନେ ହେଲେ ଲୁହୁରାସାହିର ଶିବ ବିନ୍ଧାଣି, ପୈଠ ବିନ୍ଧାଣି ଓ ମିଲୁ ବିନ୍ଧାଣି ।

 ଗୁଣିଗାରେଡି ସନ୍ଦେହରେ ଲୁହୁରୁସାହିର କିଛି ଲୋକ କାସିନିପଦର ପଂଚାୟତ ଭାଲୁରୁ ଗାଁରୁ ଖଟ ଦେବତା ଡକାଇ ଥିଲେ । ୪ ଜଣ ଏକ ଖଟ ଧରି ଆସି ଗ୍ରାମରେ ପହଂଚି ଖଟ ବୁଲାଇଥିଲେ । ଗ୍ରାମର ଅପି ବିନ୍ଧାଣି ଗୁଣି କରୁଥିବା ନେଇ ସେମାନେ କହିଥିଲେ । ଫଳରେ ଖଟ ଡକାଇ ଥିବା ଲୋକେ ଉତ୍ତ୍ୟକ୍ତ ହୋଇ ଅପି ବିନ୍ଧାଣି ଏବଂ ତାଙ୍କ ସ୍ତ୍ରୀ ରଙ୍ଗାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଅପି ଏବେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏତଲାରେ ମୋଟ ୧୭ ଜଣଙ୍କ ନାମ ରହିଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟମାନେ ଫେରାର ଅଛନ୍ତି । ଫେରାର ଲୋକେ ଏବଂ ଖଟ ବୁଲାଇ ଥିବା ଲୋକଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ରୁପକ କୁମାର ଦଳେଇ ପ୍ରକାଶ କରିଛନ୍ତି । 

ଗୁଣିଗାରେଡିକୁ ନେଇ ଖଟ ଦେବତା ଅଣାଯାଇଥିବା ଖବର ପାଇ ସଲାଗୁଡା ସରପଂଚ ରୋହିତ କହଁର ଏ ସଂପର୍କରେ ଗୋଛାପଡା ଥାନା କୁ ଖବର ଦେଇଥିଲେ । ପୋଲିସ ଗ୍ରାମରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ପ୍ରକାଶ ଥାଉକି ଚଳିତ ବର୍ଷ ମାର୍ଚ୍ଚ ୯ ତାରିଖରେ ଗୁଣିଗାରେଡି ସନ୍ଦେହରେ ଗୋଛାପଡା ଥାନା ଅଧୀନରେ ଥିବା ଲୁଇ ସିଂ ପଂଚାୟତ ଗୁମାଲଦଣି ଗ୍ରାମର ୱ୍ୟାଡ୍ ମେମ୍ବର ଦମ୍ପତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରା ଯାଇଥିଲା।

ଆହୁରି ପଢନ୍ତୁ : ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ, ଅପରାହ୍ନ ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ଭୋଟିଂ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.