ପ୍ରମୂଖ ଖବର
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର,
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||

କାର ସହିତ ୩୬ କିଲୋ ଗଞ୍ଜେଇ ଜବତ , ୩ ଗିରଫ

ଫିରିଙ୍ଗିଆ, ୦୭/୦୭ : କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କେରେଡି ଛକ ନିକଟରେ ରବିବାର ଦିନ ଅବକାରୀ ବିଭାଗ ଦ୍ଵାରା ଏକ ଗାଡ଼ିରୁ ଛତିଶ୍ କିଲୋ ଗଞ୍ଜେଇ ଜବତ କରାଯାଇଛି।  ଏଥିସହ ୩ ଜଣଙ୍କୁ ଗିରଫ କରିଛି। କଇଁଝର୍ ଠାରୁ ଅନୁଗୁଳ ଜିଲ୍ଲାକୁ ଗଞେଇ ଚୋରା ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ଅବକାରୀ ଟିମ୍। ଗିରଫ ମାନେ ହେଲେ ଅନୁଗୁଳ ଜିଲ୍ଲା ଖଣ୍ଡପା ଥାନା ଅନ୍ତର୍ଗତ ସଲଣ୍ଡା ଗ୍ରାମର ଜଗା ପ୍ରଧାନ , ଖୁସାକିଲା ଗ୍ରାମର ରୁତନ ସାହୁ, ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବେଣୀପାଲି ଗ୍ରାମର ପଞ୍ଚାନନ ବେହେରା ବୋଲି ଜଣା ପଡ଼ିଛି। 

 ଅନୁଗୁଳରୁ ଏକ କାର ( ନଂ ଓଡି୦୨ବିଏକ୍ସ ୫୩୩୩) କଇଁଝରରୁ ଅନୁଗୁଳ ଯାଉଥିଲା। ପୂର୍ବ ସୁଚନା ଅନୁସାରେ ଅବକାରୀ ଟିମ୍ କେରେଡି ଛକ ନିକଟରେ ଛପି ରହି ଥିଲେ। କେରେଡି ଛକ ନିକଟରେ କାରକୁ ଅଟକାଇ ଯାଞ୍ଚ କରିବାକୁ ସେଥିରୁ ୩୬ କିଲୋ ଗଞ୍ଜେଇ ବାହାରିଥିଲା। ଅବକାରୀ ଟିମ ଗଞ୍ଜେଇ ଜବତ କରିବା ସହ କାରରେ ଥିବା ୩ ଜଣଙ୍କୁ ଗିରଫ କରିଥିଲା।

ଏନେଇ ଫୁଲବାଣୀ  ଅବକାରୀ ରେ ମାମଲା ରୁଜୁ କରି ଅଭଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୁଚନା ଦେଇଛନ୍ତି ଅବକାରୀ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା। ଚଢ଼ାଉ ବେଳେ ଇନ୍ସପେକ୍ଟର ଙ୍କ ନେତୃତ୍ୱରେ ସବ୍ ଇନ୍ସପେକ୍ଟର ଭବାନୀ ଶଙ୍କର ସେଠୀ, ଅବକାରୀ ଏ ଏସ ଆଇ ସୁଜିତ୍ କୁମାର ମୁଦୁଲି, ଅବକାରୀ କନେଷ୍ଟବଳ ଭୃଗୁପତି ଦିଗାଲ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସାମିଲ୍ ହୋଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.