ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଟ୍ରକ୍‌ ଧକ୍କାରେ ୩ ମୃତ, ଜଣେ ଗୁରୁତର

ଅନୁଗୁଳ/ରାଜକିଶୋରନଗର, ୧୭/୧୧ : ଟ୍ରକ୍ ଧକ୍କାରେ ୩ ମୃତ ଜଣେ ଗୁରୁତର। ଅନୁଗୁଳ ଜିଲ୍ଲା କିଶୋରନଗର ବୈରାଗୀପାଲିରେ ଗୁରୁବାର ରାତିରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ପ୍ରାଚୀ ନାମକ ଏକ ଘରୋଇ ବସ୍ ଝାରସୁଗୁଡ଼ାରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା। ରେଢ଼ାଖୋଲ ଓ କିଶୋରନଗର ମଝିରେ ଥିବା ବୈରାଗୀପାଲି ନିକଟରେ ବସ୍‌ର ଚକା ପଙ୍କଚର ହୋଇଯାଇଥିଲା। ଏହାପରେ ଯାତ୍ରୀମାନେ ବସରୁ ଓହ୍ଲାଇ ପଡ଼ିଥିଲେ । ବସ୍ ଡ୍ରାଇଭର, ହେଲପର ଓ ଦୁଇ ଜଣ ଯାତ୍ରୀ ଚକା ପାଖରେ ଠିଆ ହୋଇ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ଚାରି ଗୁରୁତରଙ୍କୁ ମେଡ଼ିକାଲ ନିଆଯାଇଥିଲା। ସେମାନଙ୍କ ମଧ୍ଯରୁ ଦୁଇ ଯାତ୍ରୀଙ୍କ ସମେତ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଏବେ ମଧ୍ଯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ୩ ମୃତକ ହେଲେ ବସ୍ ଯାତ୍ରୀ ଘନଶ୍ୟାମ ବାରିକ (ବ୍ରଜରାଜନଗର), ଆନନ୍ଦ ପ୍ରଧାନ (ସୁନ୍ଦରଗଡ଼) ଏବଂ ଡ୍ରାଇଭର ନୟନ କୁମାର ନାଏକ (ଲାଇକେରା, ଝାରସୁଗୁଡ଼ା)। ଖବର ପାଇ କିଶୋରନଗର ପୁଲିସ ଘଟଣାର ତଦନ୍ତ କରୁଛି । ଏପଟେ ଦୁର୍ଘଟଣା କର୍ରିଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।


  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.