ମାଲକାନଗିରି/କୋରକୁଣ୍ଡା,୮/୯ (ଆପ୍ର ) : ଗତ ତିନି ଦିନର ହେଲା ମାଲକାନଗିରି ଜିଲ୍ଲା ରେ ଲଗାଣ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷାରେ କାନ୍ଥ ପଡି ଗୋଟିଏ ପରିବାର ୩ଜଣ ଆହତ ହୋଇଛନ୍ତି। କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଂଚାୟତର ତୋଟାଗୁଡା ଗ୍ରାମରେ ଏହି ଘଟଣା ଘଟିଛି।
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଂଚାୟତର ତୋଟାଗୁଡା ମଙ୍ଗରାଜ ହନ୍ତାଳ ପରିବାରଙ୍କ ସହିତ ନିଜ ଘରେ ଶୋଇ ଥିଲେ। ଶନିବାର ରାତିରେ ପ୍ରବଳ ବର୍ଷା ହେବା ଫଳରେ ମଙ୍ଗରାଜଙ୍କ ଶୋଇବା ଘରର ଗୋଟିଏ କାନ୍ଥ ଭୁଶୁଡି ତାଙ୍କ ଉପରେ ପଡିଯାଇଥିଲା।ସେହିପରି ତାଙ୍କ ସ୍ତ୍ରୀ ଏବଂ ୭ ବର୍ଷ ର ପୁଅ ଉପରେ ମଧ୍ୟ କାନ୍ଥର ମାଟି ଆତଡା ପଡିଥିଲା। ଚିତ୍କାର ଶୁଣି ପଡ଼ୋଶୀ ସେମାନଙ୍କୁ ମାଟି ତଳୁ ଉଦ୍ଧାର କରିଥିଲେ। ଗ୍ରାମବାସୀଙ୍କ ସହାୟତାରେ ସଙ୍ଗେ ସଙ୍ଗେ ମଙ୍ଗରାଜଙ୍କ ପରିବାରକୁ କୁଡୁମୁଲୁଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ନିମନ୍ତେ ପଠା ଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରା ଯାଇଛି। କୁଡୁମୁଳୁଗୁମା ତହସିଲ ପକ୍ଷରୁ ଘଟଣାର ତଦନ୍ତ କରି ଭଙ୍ଗା କାନ୍ଥ ଘୋଡାଇବା ପାଇଁ ପଲିଥିନ ଯୋଗାଇ ଦିଆଯାଇଛି।ଗୋଟିଏ ମାତ୍ର ପଲିଥିନ ଦିଆ ଯାଇଥିବା ରୁ ଘରେ ବର୍ଷା ପାଣି ପଡି ଆସବା ପତ୍ର ସବୁଓଦା ହୋଇଥିବାର ଦେଖିବାକୁ ମିଳିଛି। ମଙ୍ଗରାଜ ଙ୍କ ମାଗଣାରେ ଚିକିତ୍ସା ସହିତ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି।