ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜମ୍ମୁରେ ପୁଲିସ ଷ୍ଟେସନ ଉପରେ ହମଲା କରିବା ଅଭିଯୋଗ , ୧୬ ସେନାକର୍ମୀଙ୍କ ନାଁରେ ମାମଲା ରୁଜୁ

କୁପୱାଡା : ଜମ୍ମୁ-କାଶ୍ମୀରର କୁପୱାଡାରେ ସେନାର ୧୬ ଅଫିସର ଓ ଯବାନଙ୍କ ବିରୋଧରେ ହତ୍ୟା ପ୍ରୟାସ ଓ ଡକାୟତି ମାମଲା ରୁଜୁ କରାଯାଇଛି । ଏହି କେସ୍‌ ଯେଉଁ ସେନା ଅଫିସରଙ୍କ ବିରୋଧରେ ରୁଜୁ ହୋଇଛି , ଏଥିରେ ତିନି ଜଣ ଲେଫ୍ଟେନାଣ୍ଟ କର୍ଣ୍ଣେଲ ମଧ୍ୟ ସାମିଲ ଅଛନ୍ତି। ମଙ୍ଗଳବାର ବିଳମ୍ୱିତ ରାତିରେ କୁପୱାଡା ପୁଲିସ ଥାନାରେ ହମଲା କରିବା ଅଭିଯୋଗରେ ସୈନିକଙ୍କ ବିରୋଧରେ ଏହି କେସ୍‌ ରୁଜୁ ହୋଇଛି। ଅଭିଯୋଗ କି ଟେରିଟୋରିଆଲ ଆର୍ମିର ଜଣେ ଯବାନଙ୍କୁ ପୁଲିସ ପଚରାପଚରି କରିଥିଲା। ଏଥିରେ ସେନାର ଲୋକେ ଫିଡ଼ିକି ଯାଇଥିଲେ ଏବଂ ତାଙ୍କୁ ପୁଲିସ ଥାନାରେ ହିଁ ଆକ୍ରମଣ କରି ଦେଇ ଥିଲେ। ପୁଲିସର କହିବାନୁସାରେ , କଥିତ ଡ୍ରଗ୍ସ କେସ୍‌ର ଅଭିଯୋଗରେ ଯବାନଙ୍କୁ ପଚରାପଚରି ହେଉଥିଲା।

ଏହାର ଏକ ଭିଡ଼ିଓ ମଧ୍ୟ ଜାରି କରାଯାଇଛି। ପୁଲିସ ଅଧିକାରୀଙ୍କ କହିବାନୁସାରେ, ସେନାର ଯବାନ ଆକ୍ରମଣ ବେଳେ ବର୍ଦିରେ ଥିଲେ ଏବଂ ପାଖରେ ଅସ୍ତ୍ରଶସ୍ତ୍ର ରଖିଥିଲେ। ତାଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଥିଲେ। ଟେରିଟୋରଆଲ ଆର୍ମି ଭାରତୀୟ ସେନାର ହିଁ ଗୋଟିଏ ୱିଙ୍ଗ୍‌ , ଯାହାକୁ ରିଜର୍ଭ ଫୋର୍ସ ଭାବେ ରଖାଯାଇ ଥାଏ। ଏଥିରେ ପାର୍ଟ ଟାଇମ୍‌ ଭଲେଣ୍ଟିୟର ମଧ୍ୟ ସାମିଲ ରହିଥାନ୍ତି , ଯିଏ ସେନାକୁ ଅପରେସନ୍ସ ବେଳେ ସାହାଯ୍ୟ କରିଥାନ୍ତି। ପୁଲିସରେ ରୁଜୁ ଏଫଆଇଆର ମୁତାବିକ ଲେଫ୍ଟେନାଣ୍ଟ କର୍ଣ୍ଣେଲ ଅଙ୍କିତ ସୁଦ୍‌ , ରାଜୀବ ଚୌହାନ ଓ ନିଖିଲଙ୍କ ନେତୃତ୍ୱରେ ସେନାର ଯବାନ ପୁଲୁସ ଥାନାରେ ପଶି ଆସିଥିଲେ। 

ଏହି ଲୋକେ ସେଠାରେ ଥିବା ପୁଲିସକର୍ମୀଙ୍କ ଉପରେ ହମଲା କରିବା ଆରମ୍ଭ କରି ଦେଇଥିଲେ। ନିଜର ରାଇଫଲରେ ସେମାନଙ୍କୁ ମାଡ଼ ମାରିଥିଲେ। ଏହା ବ୍ୟତୀତ ବିନା କୌଣସି କଥାବାର୍ତ୍ତାରେ ତାଙ୍କୁ ଲାଠି ଓ ଠେଙ୍ଗାରେ ଖୁବ୍‌ ପିଟିଥିଲେ। ଅଭିଯୋଗ ଯେ ମାଡ଼ ମାରିବା ପରେ ସେନାର ଲୋକେ ଥାନାରେ ଥିବା ପୁଲିସକର୍ମୀଙ୍କ ମୋବାଇଲ ନେଇ ଯାଇ ଥିଲେ। ଏହା ବ୍ୟତୀତ ଜଣେ ପୁଲିସକର୍ମୀଙ୍କୁ ଅପହରଣ ବି କରି ନେଇ ଥିଲେ। ଏହାପରେ ଯେବେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସୂଚନା ମିଳିଲା ତ ସେ ଏହାକୁ ଗୁରୁତର ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛନ୍ତି। ପୁଲିସ ସେନାର ଲୋକଙ୍କ ବିରୋଧରେ ସେକ୍ସନ ୧୮୬, ୩୦୭ ଓ ୩୩୨ ସମେତ ୩ଟି ମାମଲାରେ କେସ୍‌ ରୁଜୁ କରାଯାଇଛି। 

ପୁଲିସ ଯବାନଙ୍କ ବିରୋଧରେ ଆମର୍ସ ଆକ୍ଟ ଅନୁସାରେ ମଧ୍ୟ କେସ୍‌ ରୁଜୁ କରାଯାଇଛି। ଉକ୍ତ ମାମଲାର ଯାଞ୍ଚ କୁପୱାଡାର ଡିଏସପି କରୁଛନ୍ତି। ଅଧିକାରୀଙ୍କ କହିବାନୁସାରେ , ଉକ୍ତ ମାମଲାର ବିସ୍ତୁତ ଯାଞ୍ଚ ହେବ ଏବଂ ଦୋଷୀଙ୍କୁ ସଜା ମିଳିବ। ଏହି ମାମଲାରେ ସେନାର ମଧ୍ୟ ବୟାନ ଆସିଛି। ଶ୍ରୀନଗର ସ୍ଥିତ ସେନାର ପ୍ରବକ୍ତା କହିଛନ୍ତି କି, ଏହି ମାମଲା ଏତେ ବଡ଼ ନୁହେଁ। ସେ କହିଛନ୍ତି ପୁଲିସକର୍ମୀଙ୍କୁ ମାଡ଼ ମାରିବାର ଖବର ଭୁଲ୍‌ ଓ ଭ୍ରମାତ୍ମକ। ସେ କହିଛନ୍ତି କି, ଏକ ଅପରେସନ ମାମଲାରେ ପୁଲିସକର୍ମୀ ଓ ଟେରିଟୋରିଆଲ ଆର୍ମୀ ମଧ୍ୟରେ ସାଧାରଣ ମତ ଭେଦ ଥିଲା , ଯାହାକୁ ଦୂର କରି ଦିଆ ଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.