ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ସାମୁଦ୍ରିକ ଖାଦ୍ୟ ରପ୍ତାନି କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ, ଖୁବ୍‌ଶୀଘ୍ର ଆଉ ୩ ସି'ଫୁଡ୍‌ ପ୍ରୋସେସିଂ ୟୁନିଟ୍‌

ଭୁବନେଶ୍ୱର, ୨୮/୦୮ : ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ଏବଂ ମତ୍ସ୍ୟ ସମ୍ପଦ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି । ଏ ଦିଗରେ ଶିଳ୍ପକୁ ପ୍ରୋତ୍ସାହିତ କରିବା ଲାଗି ଯୋଡ଼ି ହେବାକୁ ଯାଉଛି ନୂଆ ପଦକ୍ଷେପ । ସାମୁଦ୍ରିକ ଖାଦ୍ୟ ରପ୍ତାନି ବୃଦ୍ଧି ଦିଗରେ ଆସିବାକୁ ଯାଉଛି ୩ ପ୍ରାଥମିକ ପ୍ରକ୍ରିୟାକରଣ ସେଣ୍ଟର (ପିପିସି) । ଜଗତସିଂହପୁର, ବାଲେଶ୍ୱର ଏବଂ ଗଞ୍ଜାମର ଛତ୍ରପୁର ଭଳି ସ୍ଥାନ ଗୁଡିକରେ ଏହା ସ୍ଥାପନ ହେଉଛି । ଏଥିରେ ପ୍ରାଥମିକ ପର୍ଯ୍ୟାୟରେ ମୋଟ ୧୮ କୋଟି ଟଙ୍କା ବିନିଯୋଗ କରାଯାଉଛି । ଛତ୍ରପୁରର ବସନ୍ତପୁଟିରେ ୧.୫ ଏକର ପରିମିତ ସ୍ଥାନରେ ଆସୁଥିବା ପିପିସିରେ ୬ କୋଟି ଟଙ୍କା ବିନିଯୋଗ ହେଉଛି । ଏଥିରେ ୧୫୦ ଜଣଙ୍କ ଲାଗି ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ରହିଛି। ସେହିଭଳି ଜଗତସିଂହପୁରର କିମିଲୋରେ ମଧ୍ୟ ୧.୫ ଏକର ଏବଂ ୬ କୋଟି ବିନିଯୋଗ ହେଉଛି । 

ଏହାବାଦ ବାଲେଶ୍ୱର ଶ୍ରୀକୋଣାରେ ଆସୁଥିବା ୟୁନିଟ୍‌ ମଧ୍ୟ ଦେଢ଼ ଏକର ଓ ୬ କୋଟି ଟଙ୍କା ବିନିଯୋଗରେ ସ୍ଥାପନ କରାଯାଉଛି । ଏହି ୨ ୟୁନିଟ୍‌ରେ ମଧ୍ୟ ପ୍ରାୟ ୩୦୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ ବୋଲି ରାଜ୍ୟ ଶିଳ୍ପ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହି ପ୍ରକ୍ରିୟାକରଣ ୟୁନିଟ୍‌ଗୁଡିକ ଦ୍ୱାରା ସ୍ଥାନୀୟ ଅର୍ଥନୀତିକୁ ବଳ ମିଳିବ ବୋଲି କହିଛନ୍ତି ବିଶେଷଜ୍ଞ । ସେହିଭଳି ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରକୁ ଗୁଣବତ୍ତା ସାମୁଦ୍ରିକ ଖାଦ୍ୟ ରପ୍ତାନି ଲାଗି ଏହା ବିଶେଷ ଯୋଗଦାନ ଦେବ । ଏହି ସେଣ୍ଟର୍‌ଗୁଡିକ ଆଗକୁ ସମ୍ପ୍ରସାରଣ ହେଲେ ଅଧିକ ନିଯୁକ୍ତି ଯୋଡ଼ିବ ବୋଲି ଆକଳନ କରାଯାଇଛି । ରାଜ୍ୟର ପାରାଦୀପ, ବାଲେଶ୍ୱର, ଗୋପାଳପୁର ଏବଂ ଚିଲିକା ଭଳି ସ୍ଥାନଗୁଡିକରୁ ଚିଙ୍ଗୁଡି ସହ ଅନ୍ୟ ସାମୁଦ୍ରିକ ମାଛ ଏବଂ କଙ୍କଡା ବିଶେଷ ଭାବେ ସଂଗୃହୀତ ଏବଂ ପ୍ରୋସେସିଂ ହୋଇଥାଏ । ସାମୁଦ୍ରିକ ଖାଦ୍ୟ ପ୍ରୋସେସିଂ ଏବଂ ରପ୍ତାନି କ୍ଷେତ୍ରରେ ପାରାଦୀପ ବନ୍ଦର ଏକ ପ୍ରମୁଖ ସ୍ଥଳ ଭାବେ ଉଭା ହୋଇଛି । ବାଲେଶ୍ୱର ମତ୍ସ୍ୟ ଉତ୍ପାଦନ ଏବଂ ପ୍ରୋସେସିଂ କ୍ଷେତ୍ର ମଧ୍ୟ ପ୍ରମୁଖ ସ୍ଥାନରେ ରହିଛି । ସାମୁଦ୍ରିକ ମାଛ ଉତ୍ପାଦନ କ୍ଷେତ୍ରରେ ଗୋପାଳପୁର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥଳ । 

ସେହିଭଳି ଚିଲିକା ଏହାର ବିବିଧ ସାମୁଦ୍ରିକ ପ୍ରଜାତି ପାଇଁ ନିବେଶକଙ୍କ ଲାଗି ଏକ ଭରସାଯୋଗ୍ୟ ସ୍ଥଳ ହୋଇପାରିଛି । ପିପିସିଗୁଡିକ ବଙ୍ଗୋପସାଗର, ପୋଖରୀ ଏବଂ ଜଳ ଉତ୍ସଗୁଡିକରୁ ଉତ୍ପାଦିତ ମାଛକୁ ସଂଗ୍ରହ କରି ଏହାର ପ୍ରାଥମିକ ପରୀକ୍ଷା ପରେ ବହୁସ୍ତରୀୟ କ୍ଲିନିଂ ଏବଂ ୱାଶିଂ ବ୍ୟବସ୍ଥା କରିଥାନ୍ତି । ସେହିଭଳି ଆକାର, ଓଜନ ଏବଂ ଗୁଣବତ୍ତା ଅନୁସାରେ ମାଛ, ଚିଙ୍ଗୁଡି ଏବଂ କଙ୍କଡା ଭଳି କ୍ଷେତ୍ରରେ ଏଗୁଡିକୁ ବର୍ଗୀକରଣ କରାଯାଇଥାଏ । ସେହିଭଳି ଚିଲିଂ, ଫ୍ରିଜିଂ, ପ୍ୟାକେଜିଂ, ଲେବଲ, ଷ୍ଟୋରେଜ, ଗୁଣବତ୍ତା, ପରୀକ୍ଷଣ ପରେ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତରଣ ଏବଂ ବିତରଣ ଭଳି ଦିଗ ଗୁଡିକୁ ଧ୍ୟାନରେ ରଖାଯାଇଥାଏ । ଇପିକଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପିପିସିଗୁଡିକ ବିକଶିତ କରିବା ଦିଗରେ ମତ୍ସ୍ୟ ସମ୍ପଦ ନିର୍ଦ୍ଦେଶାଳୟ, ଓଡ଼ିଶା ଷ୍ଟେଟ୍‌ କୋଅପରେଟିଭ ଫିସ ମାର୍କେଟିଂ ଫେଡେରେସନ (ଫିସ୍‌ଫେଡ) ସବୁ ପ୍ରକାର ସହାୟତା ଯୋଗାଇ ଦେଉଛି । ଉଭୟ ଭିତ୍ତିଭୂମି ବିକାଶ ଏବଂ ଗୁଣବତ୍ତା ରକ୍ଷା ଲାଗି ନୂଆ ଟେକ୍ନୋଲୋଜି ବ୍ୟବହାର ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି । ଭାରତୀୟ ସାମୁଦ୍ରିକ ଖାଦ୍ୟ ରପ୍ତାନିଂ ସଂଘ ସୂଚନା ମୁତାବକ, ୨୦୦୮-୦୯ରେ ରାଜ୍ୟର ସାମୁଦ୍ରିକ ଉତ୍ପାଦ ରପ୍ତାନି ୩୫୮ କୋଟି ଥିଲା ବେଳେ ଏହା ୨୦୨୨-୨୩ରେ ୪୫୪୬.୪୭ କୋଟିକୁ ବୃଦ୍ଧି ହୋଇଛି । ମାଛ ପ୍ରକ୍ରିୟାକରଣ ଏବଂ ଶୀତଳ ଭଣ୍ଡାର କାର୍ଯ୍ୟକଳାପ ଦୈନିକ ୨୧୬୦.୮୯ ଟନ୍‌ ଛୁଇଁଛି । ସେହିଭଳି ଶୀତଳ ଭଣ୍ଡାର କ୍ଷମତା ୫୬୯୪୨ ଟନ୍‌ । ଏହି କ୍ଷେତ୍ର ୧୬ ଲକ୍ଷ ନିଯୁକ୍ତି ଯୋଡିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.