ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଷାକ୍ତ ମାଛ ଖାଇ ୩ ଗୁରୁତର, ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି

ବାସୁଦେବପୁର, ୨୫।୩: ବାସୁଦେବପୁର ମୁନିସିପାଲଟି ପାରା ଗ୍ରାମରେ ଏକ ପୋଖରୀରେ ବିଷ ପକାଇ କେହି ଦୁର୍ବୃତ୍ତ ମାଛ ମାରିଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଏହି ମାଛ ଖାଇ ୩ ଜଣ ଅସୁସ୍ଥ ହୋଇ ବାସୁଦେବପୁର ଡାକ୍ତରଖାନା ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ସୂଚନା । ପାରା ଗ୍ରାମର ଅକ୍ଷୟ କୁମାର ମଲ୍ଲିକଙ୍କର ଚତର ପୋଖରୀରେ ଗତକାଲି ବୁର ବାହାର କରାଯାଇଥିଲା । ଏହା ପରେ କେହି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇ ଦେଇଥିଲା । ସେହି ପୋଖରୀରୁ ମାଛ ଧରାଳି ମାଛ ଧରି କିଛି ବିକ୍ରି କରିବା ସହିତ କିଛି ଅକ୍ଷୟଙ୍କ ପରିବାରକୁ ଖାଇବାକୁ ଦେଇଥିଲେ । ସେହି ମାଛ ଖାଇ ଅକ୍ଷୟଙ୍କ ସହିତ ତାଙ୍କ ଝିଅ ଓ ପଡ଼ୋଶୀ ଲୋକେ ଖାଇଥିଲେ । ଖାଇବାର ୧ ଘଣ୍ଟା ପରେ ମୁଣ୍ଡ ବୁଲାଇବା ସହିତ ବାନ୍ତି କରିଥିଲେ । ପରେ ସମସ୍ତଙ୍କୁ ତୁରନ୍ତ ବାସୁଦେବପୁର ଡାକ୍ତରଖାନା ନିଆଯାଇ ସେଠାରେ ଚିକିତ୍ସିତ ହୋଇଥିଲେ । ଏନେଇ ଅକ୍ଷୟଙ୍କ ପୁଅ ଜୟପ୍ରକାଶ ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.