ପ୍ରମୂଖ ଖବର
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ନାବାଳିକା ବଳାତ୍କାର ଉଦ୍ୟମ ମାମଲା : ଅଭିଯୁକ୍ତକୁ ୩ ବର୍ଷ ଜେଲ

ଫୁଲବାଣୀ,୫।୯ : ଏକ ନାବାଳିକା ବଳାତ୍କାର ଉଦ୍ୟମ ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ବିଚାରପତି ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତକୁ ଏକ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଆଉ ଅଧିକ ତିନିମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।ଅଭିଯୁକ୍ତ ଜଣକ ହେଲେ କୋଟଗଡ ଥାନା ଶ୍ରୀରାମପୁରର ଧର୍ମେନ୍ଦ୍ର ପାତ୍ର( ୨୭) ।

ସୂଚନା ଅନୁସାରେ, ଗତ ୨୦୧୫ ମସିହା ଜୁଲାଇ ମାସରେ ଜନୈକା ନାବାଳିକା  ଭଉଣୀମାନଙ୍କ ସହ ରାତିରେ ଶୋଇଥିବା ବେଳେ ପ୍ରାୟ ରାତି ଦୁଇଟା ସମୟରେ ଅଭିଯୁକ୍ତ ଘରେ ପଶି ପୀଡ଼ିତାକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ପୀଡ଼ିତା ପାଟି କରିବାରୁ ସେ  ଧାଇଁ ପଲେଇବାକୁ ଉଦ୍ୟମ କରିଥିଲା। ତେବେ ପୀଡିତାଙ୍କ ପିତା ଏବଂ ଅନ୍ୟ ମାନେ ତାକୁ କାବୁ କରି ନେଇଥିଲେ। ଏ ନେଇ ପୀଡିତାଙ୍କ ପରିବାର ପକ୍ଷରୁ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରା ଯାଇଥିଲା। ଥାନାଧିକାରୀ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।  ଆଜି ଏହି ମାମଲାର ଶୁଣାଣୀ କରି ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ବିଚାରପତି ଅନୀତା ସାହୁ   ୧୦ ଜଣ ସାକ୍ଷୀଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ତରଫରୁ ପୋକସୋ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା‌ କରୁଥିଲେ।

ଆହୁରି ପଢନ୍ତୁ : ପୁଲିସକୁ ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.